Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ରକ୍ତଦାନ ଶିବିର:୨୭ ୟୁନିଟ୍ ରକ୍ତ ସଂଗ୍ରହ

Published January 14, 2026 ସ୍ବାସ୍ଥ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ଉପଲକ୍ଷେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ସକାଳ ୦୯ଟା ସମୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ରିବନ କାଟି ଉଦଘାଟନ କରିଥିଲେ। ସକାଳ ୧୦ଟାରେ ବରିଷ୍ଠ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଧର୍ମ ଆଲୋଚନା ସଭାରେ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ,  ନୟାଗଡ଼ ବ୍ଳକ୍ ପ୍ରାକ୍ତନ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଓ ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଇମ୍ପ୍ରିମିସ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ  ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ରାଉତ ମଞ୍ଚାସୀନ ହୋଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଜୀବନୀ ଗାଥାକୁ ଆଲୋଚନା କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବିଦ୍ଯାଳୟ ତରଫରୁ ଆୟୋଜିତ ଶ୍ରୀନିବାସ ରାମାନୁଜନ ଗଣିତ ପ୍ରତିଭା ପରୀକ୍ଷା, କ୍ରୀଡା ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଉକ୍ତ ଧର୍ମସଭାରେ ପୁରସ୍କାର ବିତରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ରବ୍ଯକ୍ତି ମାନେ ରକ୍ତ ଦାନ କରିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ର କାର୍ଯ୍ଯକର୍ତ୍ତା ମାନେ ଯୋଗ ଦେଇ ଥିଲେ । ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ଯାଙ୍କର କର୍ମଚାରୀମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ବିବେକାନନ୍ଦ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଧର୍ମ ସଭା କୁ ବିଦ୍ଯାଳୟର ରଂଜନ ଗୁରୁଜୀ ଓ ସପ୍ତମ ଶ୍ରେଣୀ ର ଛାତ୍ରୀ ବିଶ୍ବବିଜିତା ମହାନ୍ତି ସଂଯୋଜନା କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ।।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 14, 2026 January 14, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ଇଟାମାଟିରେ ରକ୍ତଦାନ ଶିବିର:୩୧ ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha October 3, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେଲେ ଡାକ୍ତର ବି.ଏସ୍. ରାଓ

Odisha Lekha September 24, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ସ୍କାନ କରିବା ସମୟ ପଚାରିବାରୁ ଅଧିକାରୀଙ୍କ ଅସହଯୋଗ ଅଭିଯୋଗ:ଭିଡିଓ କରୁଥିବା ବେଳେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ ଅଭିଯୋଗ: ନିରୁପାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

Odisha Lekha September 17, 2026
ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଉଦ୍‌ଘାଟିତ

Odisha Lekha September 13, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Odisha Lekha September 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?