ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଡିଜିଟାଲ ସାକ୍ଷରତାର ଓରିଏଣ୍ଟେସନ୍-କମ-ଟ୍ରେନିଂ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଡେପୁଟି କଲେକ୍ଟର ତପ୍ତିରାଜ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ ସାକ୍ଷରତା ଉପରେ ପ୍ରଶିକ୍ଷଣ ଦିଆଯାଇଛି । ପଞ୍ଚାୟତ ରାଜ ଅନୁଷ୍ଠାନ ସଦସ୍ୟ ସଦସ୍ୟା, ଗ୍ରାମାଞ୍ଚଳ ଯୁବକ, ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସଶକ୍ତ କରିବାକୁ ଲକ୍ଷ ରଖାଯାଇଛି । ରୋଜଗାର ପଛରେ ନ ଗୋଡ଼ାଇ ନିଜେ କିପରି ଡିଜିଟାଲ ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ପ୍ରଶିକ୍ଷଣ ଦିଆଯାଇଛି । ଆଜିର ଓରିଏଣ୍ଟେସନ୍-କମ-ଟ୍ରେନିଂ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ୍ ସହ ବିଭିନ୍ନ ବ୍ଲକରୁ ପିଆରଆଇ ମେମ୍ବର, ଏସଏଚଜି ମେମ୍ବର ଓ ଯୁବଯୁବତୀମାନେ ସାମିଲ ହୋଇଥିଲେ ।

