Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ୭୫ତମ ବାର୍ଷିକ କ୍ରୀଡା ଉତ୍ସବ

Published December 11, 2025 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡଗାଁ ବ୍ଲକ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ, ରୋହିବାଙ୍କ ଗ୍ରାମ ସମ୍ପାଦକ କାହ୍ନୁଚରଣ ଗୌଡ଼ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସଭାପତି ଆସନ ଅଳଙ୍କୃତ କରିଥିଲେ। ପ୍ରତିଯୋଗୀମାନେ ରୋହିବାଙ୍କ ଚଣ୍ଡେଶ୍ୱର ମହାଦେବଙ୍କ ପାଖରୁ ମଶାଲ ଆଣି ମୁଖ୍ୟ ଅତିଥି ରେଞ୍ଜର ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ କରିଥିବା ବେଳେ ତାଙ୍କ ଦ୍ୱାରାକ୍ରୀଡା ପତାକା ଉତ୍ତୋଳନ କରା ଯାଇଥିଲା। ନିଜକୁ ଶୃଙ୍ଖଳିତ କରାଇବା ସହିତ ସୁସ୍ଥ ଜୀବନ ନେଇ ବଞ୍ଚିବା ପାଇଁ ଖେଳିବା ଅତ୍ୟନ୍ତ ଦରକାର ବୋଲିମୁଖ୍ୟ ଅତିଥି ପିଲାଙ୍କୁ କହିଥିଲେ। ମୁଖ୍ୟ ବକ୍ତା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ମଲ୍ଲିକ ନିଜର ବାଲ୍ୟଜୀବନର କ୍ରୀଡ଼ାକୁ ବର୍ତ୍ତମାନ ସହିତ ତୁଳନା କରି ବର୍ତ୍ତମାନ ପାଇଁ ଶିକ୍ଷା ସହ କ୍ରୀଡା ଅତିଜରୁରୀ ବୋଲି ପିଲାଙ୍କ ଉଦ୍ୟେଶରେ ଉଦବୋଧନ ଦେଇଥିବାବେଳେ ସମ୍ମାନୀତ ଅତିଥିମାନେ  ବିଦ୍ୟାଳୟସ୍ତରରେ ପିଲାଙ୍କ ବ୍ୟସ୍ତବହୁଳ ଶିକ୍ଷା ଟ୍ୟୁସନ ଠାରୁ  ଅଧିକ କ୍ରୀଡା ବୋଲି ବ୍ୟକ୍ତ କରିଥିବାବେଳେ ପୂର୍ବଦିନ ଅପେକ୍ଷା କ୍ରୀଡ଼ାଦିନ ତକ ଅଧିକ ପିଲା ବିଦ୍ୟାଳୟକୁ ଆସୁଥିବା ପ୍ରକାଶ କରିଥିଲେ। ତେଣୁ ପ୍ରତ୍ୟେକ ବିଦ୍ୟାଳୟରେ ଶେଷ ନିର୍ଘଣ୍ଟରେ ପିଲାଙ୍କୁ ଖେଳପଡିଆରେ ଖେଳାଇବା ଅତି ଜରୁରିଥିବା ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ରାଧାଗୋବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଓ ସୁନିତା ବେହେରା ପରିଚାଳନା କରିଥିବାବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ ଓ କୋମଣ୍ଡ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସିଦ୍ଧାର୍ଥ ଶଙ୍କର ବେହେରା, ଶିକ୍ଷୟିତ୍ରୀ ପଦ୍ମିନୀ ନାୟକ, ଶିକ୍ଷକ ଖୋଗେଶ୍ୱର ବେହେରା,ବିଜୟ ଲଷ୍ମୀ ଦଳେଇ ଓ ସୂର୍ଯ୍ୟମଣି ନାୟକ ସହଯୋଗ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 11, 2025 December 11, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ
ଜିଲ୍ଲା ଖବର
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଶିକ୍ଷା ଓ ନିଯୁକ୍ତି

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ:ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼

Odisha Lekha August 5, 2026
ଜିଲ୍ଲା ଖବରରାଜନୀତିଶିକ୍ଷା ଓ ନିଯୁକ୍ତି

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ:ନୟାଗଡ଼ରେ ଅରୁଣଙ୍କ ରଣହୁଙ୍କାର:ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Odisha Lekha August 2, 2026
ଶିକ୍ଷା ଓ ନିଯୁକ୍ତି

ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା

Odisha Lekha July 7, 2026
ଶିକ୍ଷା ଓ ନିଯୁକ୍ତି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ

Odisha Lekha March 21, 2026
ଶିକ୍ଷା ଓ ନିଯୁକ୍ତି

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

Odisha Lekha March 20, 2026
ଶିକ୍ଷା ଓ ନିଯୁକ୍ତି

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

Odisha Lekha February 7, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?