ନରସିଂହପୁର, (ଓଡ଼ିଶା ଲେଖା): ବାହାଘର ପାଇଁ ଅର୍ଥ ନଦେବାରୁ ବନ୍ଧୁଙ୍କର ଜୀବନ ନେବାକୁ ପଛେଇଲାନି ବନ୍ଧୁ। ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଦେବଭୂଇଁ କଣ୍ଢାଳ ଗ୍ରାମରେ । ଅନୁଗୁଳ ଜିଲ୍ଲା ଟୁଲୁକା ଅଞ୍ଚଳରୁ ଆସି କଣ୍ଢାଳ ଗାଁରେ ରହୁଥିବା ଅଭିମନ୍ୟୁ ଭୋଇଙ୍କୁ ସେହି ଗାଁର ପପୁ ଅମାନ୍ତ ଓ କାଳିଆ ଅମାନ୍ତ ଦୁଇ ଯୁବକ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଳିଆ ଅମାନ୍ତ ନିଜର ବାହାଘର ପାଇଁ ଏକ ଲକ୍ଷ ଟଙ୍କା ଅଭିମନ୍ୟୁଙ୍କୁ ଦାବି କରୁଥିଲେ। ଏବଂ ଅଭିମନ୍ୟୁ ନ ଦେବାରୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ମୃତକଙ୍କର ପତ୍ନୀ କବିତା ଭୋଇ କହିଥିଲେ କିନ୍ତୁ ଆଜକୁ ପୁରା ଏକ ମାସ ବିତିଜାଇ ଥିଲେ ମଧ୍ୟ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନ୍ୟାୟ ନମିଳିବାରୁ, ଏହି ପ୍ରତିବାଦରେ ନରସିଂହପୁର ଥାନା ସମ୍ମୁଖରେ ଅନଶନରେ ବସିଛନ୍ତି ପରିବାର ଲୋକ ।


