Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନେପାଳ ଗାଁରେ ଅବସର ମାହୋଲ୍:ସ୍ବାସ୍ଥ୍ୟ ସେବା କରି କାର୍ଯ୍ୟରୁ ଅବସର ନେଲେ ସିଡିଏମଓ

Published November 30, 2025 ସ୍ବାସ୍ଥ୍ୟ ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଏବେ କିଛି ମାସ ହେଲା ଚର୍ଚ୍ଚାରେ ରହିଛି ଆଦିବାସୀ ଅଧ୍ୟୁଷିତ ଗାଁ ନେପାଳ । ଦିନେ ସେହି ଗାଁକୁ ଯିବାକୁ ରାସ୍ତା ନଥିଲା । ନେପାଳ ଗୋଟିଏ ଗାଁ ନୟାଗଡ଼ ଜିଲ୍ଲାରେ ଅଛି ତାହା କିଞ୍ଚିତ ଲୋକ ଜାଣିଥିଲେ । ବାରମ୍ବାର ଗଣମାଧ୍ୟମରେ ନେପାଳ ଗାଁ ସଂପର୍କିତ ଖବର ପ୍ରକାଶ ପରେ ଧୀରେ ଧୀରେ ସୁଧାର ଆସୁଛି ଏବଂ ସମସ୍ୟାର ସମାଧନ ହେଇ ଆସୁଛି । ତେବେ କିଛି ଦିନ ତଳେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ନେପାଳ ଗାଁରେ ପହଞ୍ଚି ସ୍ଥିତି ପରଖିବା ସହ ଗ୍ରାମବାସୀ ସହ ଆଲୋଚନା କରିଥିଲେ । ନେପାଳ ଗାଁର ବିକାଶ କିପରି ହେବ ତା ଉପରେ ସମୀକ୍ଷା କରିଥିଲେ ।

ଉକ୍ତ ଗାଁକୁ ପକ୍କା ରାସ୍ତା ନଥିବାରୁ କିପରି ବିଭାଗ ପାଖରେ ସୁପାରିସ କରାଯିବ ଏବଂ ରାସ୍ତା ନିର୍ମାଣ କରିବା ଅନୁମୋଦନ କରାଯିବ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ ନେପାଳ ଗାଁକୁ ଯାଇଥିଲେ ସ୍ଥାନୀୟ ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏବଂ ଜିଲ୍ଲାପରିଷଦ ଦଶମ ସାଧାରଣ ଅଧିବେଶନ ବୈଠକରେ ନେପାଳ ଗାଁକୁ ରାସ୍ତା ନିର୍ମାଣ କରିବା ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବକୁ ଗୃହର ସମସ୍ତ ସଦସ୍ୟ ସଦସ୍ୟା ସମର୍ଥନ ଜଣାଇଥିଲେ ।

ତେବେ ଆଜି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ସୁଶାନ୍ତ କୁମାର ଦାଶଙ୍କ ସହ ମେଡ଼ିକାଲ ଡାକ୍ତରଙ୍କୁ ଧରି ନେପାଳ ଗାଁରେ ପହଞ୍ଚିଥିଲେ । ଏବଂ ଏକ ସ୍ବାସ୍ଥ୍ୟ ପରୀକ୍ଷା ସେବା ଶିବିର ଆୟୋଜନ କରିଥିଲେ । ନେପାଳ ଗାଁର ସମସ୍ତ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଗୋଟିଏ ପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ସୁଶାନ୍ତ କୁମାର ଦାଶ କାର୍ଯ୍ୟରୁ ଅବସର ସମୟ ଗୋଟିଏ ଦିନ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଗାଁରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା, ତାଙ୍କ ପାଇଁ ଏକ ସ୍ମରଣୀୟ ଦିନ ।

ଉକ୍ତ ସ୍ବାସ୍ଥ୍ୟ ପରୀକ୍ଷା ସେବା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଦାଶଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ, ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ଓ ନେପାଳ ଗ୍ରାମ ବାସୀ ମିଶି ଚାକିରୀର ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର କିଛି ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ସ୍ଵାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 30, 2025 November 30, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ଇଟାମାଟିରେ ରକ୍ତଦାନ ଶିବିର:୩୧ ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha October 3, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେଲେ ଡାକ୍ତର ବି.ଏସ୍. ରାଓ

Odisha Lekha September 24, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?