Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Published October 1, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିଥିବା ଅନେକ ପୁଲିସ ଅଧିକାରୀଙ୍କ ମଧ୍ୟରୁ ଦୁଇ ଆଇପିଏସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଆଜି ବି ଚର୍ଚ୍ଚାରେ ରହିଛି। ଜଣେ ଅପରାଧ ଦମନରେ କଠୋର ଆଭିମୁଖ୍ୟ ପାଇଁ ପରିଚିତ ହୋଇଥିବାବେଳେ, ଅନ୍ୟଜଣେ ଲୋକଙ୍କ ସହ ନିକଟତର ସମ୍ପର୍କ ଗଢ଼ିବା ଓ ମାନବିକ ପଦକ୍ଷେପ ପାଇଁ ଚର୍ଚ୍ଚିତ ହୋଇଥିଲେ। ୨୦୦୪ ବ୍ୟାଚର ଆଇପିଏସ ଅଧିକାରୀ ଆଶିଷ କୁମାର ସିଂ। ୨୦୧୯ ନିର୍ବାଚନ ପୂର୍ବରୁ ନୟାଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ନେଇଥିବା ଆଶିଷ କୁମାର ସିଂଙ୍କ କାର୍ଯ୍ୟକାଳ ଅବଧି ଯଦିଓ ଅଳ୍ପ କିଛି ମାସ ଥିଲା, ତଥାପି ଅପରାଧ ନିୟନ୍ତ୍ରଣକୁ ନେଇ ତାଙ୍କ କଠୋର ଆଭିମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ଏନକାଉଣ୍ଟର ଘଟଣାକୁ ନେଇ ମଧ୍ୟ ସେହି ସମୟରେ ଜିଲ୍ଲାରେ ଚର୍ଚ୍ଚା ହୋଇଥିବା କୁହାଯାଏ। ତାଙ୍କ ନେତୃତ୍ୱରେ ପୁଲିସର କଠୋର ଆଭିମୁଖ୍ୟ ଅପରାଧୀ ମହଲରେ ଚାପ ସୃଷ୍ଟି କରିଥିବା ନେଇ ସେତେବେଳେ ଆଲୋଚନା ହେଉଥିଲା। ଯାହାଫଳରେ ସ୍ୱଳ୍ପ ସମୟ ମଧ୍ୟରେ ଅପରାଧ ଦମନ କରିବାରେ ସଫଳତା ହାସଲ କରିପାରିଥିଲେ ଆଶିଷ କୁମାର ସିଂ। ଅନ୍ୟପଟେ, ୨୦୧୫ ବ୍ୟାଚର ଆଇପିଏସ ରାହୁଲ ଜୈନ ନୟାଗଡ଼ରେ ଏକ ଭିନ୍ନ ଶୈଳୀରେ ନିଜ ପରିଚୟ ସୃଷ୍ଟି କରିଥିଲେ। ଆଇନଶୃଙ୍ଖଳା ପରିଚାଳନା ସହ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ଓ ସମ୍ପର୍କକୁ ସେ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ସହ ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ମିଶିବା ତାଙ୍କ କାର୍ଯ୍ୟଶୈଳୀର ଏକ ବିଶେଷ ଦିଗ ଥିଲା। ରାହୁଲ ଜୈନଙ୍କ କାର୍ଯ୍ୟକାଳର ଏକ ମାନବିକ ପଦକ୍ଷେପ ଭାବେ ତାଙ୍କ ମା’ଙ୍କ ସ୍ମୃତିରେ ନୟାଗଡ଼ରେ ଗଛ ଲଗାଇବା ଏବଂ ଆର୍ଥିକ ଦୃଷ୍ଟିରୁ ଅସହାୟ ପରିବାରର ଦୁଇ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଅର୍ଥରାଶି ପ୍ରଦାନ କରିବା ଭଳି ପଦକ୍ଷେପ ଚର୍ଚ୍ଚାରେ ରହିଥିଲା। ଲୋକଙ୍କ ସହ ତାଙ୍କର ସମ୍ପର୍କର ଆଉ ଏକ ଉଦାହରଣ ଥିଲା ଦଶପଲ୍ଲାର ଜରିପାଟଣା ଅଞ୍ଚଳର ଘଟଣା। ସ୍ଥାନୀୟ ବରିଷ୍ଠ ନାଗରିକମାନେ ତାଙ୍କୁ ‘ଚା’ ପାଇଁ ନିମନ୍ତ୍ରଣ କରିଥିବାବେଳେ ସେ ଦେଇଥିବା କଥା ରଖି ସେମାନଙ୍କ ଘରେ ପହଞ୍ଚିଥିଲେ। ବରିଷ୍ଠ ନାଗରିକଙ୍କ ସହ ଚା ପିଇବା, ସେମାନଙ୍କ ଆଶୀର୍ବାଦ ନେବା ଓ କିଛି ସମୟ ସେମାନଙ୍କ ସହ ବିତାଇବା ଘଟଣା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ କେବଳ ଲୋକସମ୍ପର୍କ ନୁହେଁ, ଆଇନଶୃଙ୍ଖଳା ପ୍ରତି ମଧ୍ୟ ରାହୁଲ ଜୈନଙ୍କ ଆଭିମୁଖ୍ୟ ଥିଲା ସକ୍ରିୟ। ଜିଲ୍ଲାର କୌଣସି ସ୍ଥାନରେ ଗୁରୁତର ଅପରାଧ ଘଟିଲେ ସେ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖାଯାଇଥିଲା। ବିଭିନ୍ନ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସେ ପୁଲିସ-ଜନସାଧାରଣ ସମ୍ପର୍କକୁ ମଜବୁତ କରିବାକୁ ପ୍ରୟାସ କରିଥିଲେ। ଦୁଇ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଥିଲା ଭିନ୍ନ—ଜଣେଙ୍କ ପରିଚୟ କଠୋର ଅପରାଧ ଦମନ ସହ ଜଡ଼ିତ ଥିବାବେଳେ, ଅନ୍ୟଜଣେ ଆଇନଶୃଙ୍ଖଳା ସହ ଲୋକସମ୍ପର୍କ ଓ ମାନବିକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଚର୍ଚ୍ଚିତ ହୋଇଥିଲେ। ନୟାଗଡ଼ରେ ସେମାନଙ୍କ କାର୍ଯ୍ୟକାଳ ଆଜି ମଧ୍ୟ ସ୍ଥାନୀୟ ଲୋକଙ୍କ ଆଲୋଚନାରେ ରହିଛି। ବର୍ତ୍ତମାନ ଉଭୟ ଆଇପିଏସ ଅଧିକାରୀ ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ଥିବା ଜଣାପଡ଼ିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 1, 2026 October 1, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର
ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ପାଠାଗାର ଆନ୍ଦୋଳନର ମହାନ ପୁରୋଧା

Odisha Lekha September 12, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?