ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ମର୍ଦମେଖ ବାଲୁଙ୍କେଶ୍ୱର ବିଦ୍ୟାପୀଠ ପରିସରରେ ସାହିତ୍ୟ ଆସର-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର କୁଳମଣି ବାରିକ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଆସରକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ସହ ମୁଖ୍ୟବକ୍ତା ସରଧାପୂର୍ ସମିତି ସଭ୍ୟା ତଥା ସମାଜସେବୀ ଶକ୍ତି କୁମାର ମିଶ୍ର, ସାହିତ୍ୟ ଆସର ର ସଭାପତି କବି ନିରଞ୍ଜନ ମହାପାତ୍ର, ଶିକ୍ଷକ କଳିଙ୍ଗ କେଶରୀ ପ୍ରଧାନ, ତନୁଜା ସାହୁ, ବୀଣାପାଣି ଜେନା, ଦମୟନ୍ତି ରଥ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ଆସର ଜମାଇଥିଲେ ।

