Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନିଖିଳ ଓଡ଼ିଆ ପାଠକ ମଞ୍ଚରେ:ସାହିତ୍ୟର ପାର୍ବଣ

Published June 13, 2026 ଗଳ୍ପ ଓ କବିତା
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଶିକ୍ଷକ ଭବନ ପରିସରରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ ପକ୍ଷରୁ ଏକ ସରସ ଓ ବିଦଗ୍ଧ ସାହିତ୍ୟ ଆସର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ପାଠକୀୟ ଚର୍ଚ୍ଚା ଓ ସୃଜନଶୀଳ ଅଭିବ୍ୟକ୍ତିର ଏହି ମିଳନ ମଞ୍ଚରେ ସାହିତ୍ୟପ୍ରେମୀମାନଙ୍କ ଉତ୍ସାହଜନକ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ କମ୍ରେଡ୍ ବିଶ୍ୱନାଥ ମହାପାତ୍ର ଏବଂ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣରେ ନିଖିଳ ଓଡ଼ିଆ ପାଠକ ମଞ୍ଚର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗତ ୧୫ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଏହାର ସୃଜନମୂଳକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଆସରର ମୁଖ୍ୟ ଆକର୍ଷଣ ଥିଲା କବିତା ଆବୃତ୍ତି ଓ ଗଳ୍ପ ପଠନର ଯୁଗଳ ପରିବେଷଣ। ଉପସ୍ଥିତ ଦର୍ଶକ ଓ ପାଠକମାନେ ପ୍ରସ୍ତୁତ କୃତିଗୁଡ଼ିକ ଉପରେ ନିଜସ୍ୱ ପାଠକୀୟ ଅନୁଭୂତି, ମତାମତ ଓ ସମୀକ୍ଷା ରଖି ସାହିତ୍ୟିକ ଚର୍ଚ୍ଚାକୁ ଅଧିକ ସାରଗର୍ଭୀ କରିଥିଲେ। ଏହି ସାହିତ୍ୟ ଆସରରେ କବି ଚନ୍ଦ୍ରବିଜୟୀ ମିଶ୍ର, କମଳ ଦାସ, ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଭାତ ମିଶ୍ର, ଗୁଣନିଧି ମହାପାତ୍ର, ସରୋଜ ସାହୁ, ପ୍ରଭୁଦତ୍ତ ପ୍ରଧାନ ଓ ଉଷାମଣି ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ। ସେହିପରି ଅଧ୍ୟାପକ ଆଶୁତୋଷ ମିଶ୍ର, କମ୍ରେଡ୍ ବିଶ୍ୱନାଥ ମହାପାତ୍ର, ଶେଖ୍ ଅବଦୁଲ୍ ଖାଲିକ୍, ଗୋପୀନାଥ ସେଠୀ ଓ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ସ୍ଵକୀୟ ଗଳ୍ପ ପଠନ ମାଧ୍ୟମରେ ସଭାକୁ ସମୃଦ୍ଧ କରିଥିଲେ। କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ରସସିକ୍ତ କରିବାରେ ସଂଯୋଜିକା କ୍ଷଣପ୍ରଭା କର ଓ ଅଧ୍ୟାପିକା ନୀଳିମା ନନ୍ଦଙ୍କ ସଂଚାଳନ ଉଲ୍ଲେଖନୀୟ ଥିଲା। ଶେଷରେ ସଂଗଠନର କାର୍ଯ୍ୟନିର୍ବାହୀ ସମ୍ପାଦକ ଗୋପୀନାଥ ସେଠୀ ଓ ଶୁଭ୍ରାଂଶୁ ବିଶ୍ୱାଳଙ୍କ ଆୟୋଜିତ ନୈଶ ଭୋଜି ସହ କାର୍ଯ୍ୟକ୍ରମର ସମାପନ ହୋଇଥିବା ବେଳେ, ସମ୍ପାଦକ ଗୁଣନିଧି ମହାପାତ୍ର ଉପସ୍ଥିତ ସଭାସଦ୍‌ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha June 13, 2026 June 13, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ସମୟର ଗତି

Odisha Lekha August 12, 2026
ଗଳ୍ପ ଓ କବିତା

ବାଲୁଙ୍କେଶ୍ୱର ସାହିତ୍ୟ ପରିଷଦ ସାହିତ୍ୟ ଆସର

Odisha Lekha November 23, 2025
ଗଳ୍ପ ଓ କବିତା

ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ପୁସ୍ତକ ଉନ୍ମୋଚିତ

Odisha Lekha November 16, 2025
ଗଳ୍ପ ଓ କବିତା

ଖାଇକି ଛାଡ଼୍, ଛାଡ଼୍ ଖାଇ

Odisha Lekha November 7, 2025
ଗଳ୍ପ ଓ କବିତା

ବନ୍ଧୁ ମର୍ଯ୍ୟାଦା

Odisha Lekha September 25, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?