ନୟାଗଡ଼, (ଓଡ଼ିଶା ଲେଖା): ନୂତନ ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ପୁସ୍ତକ ନୟାଗଡ଼ ରୋଟାରୀ କ୍ଳବ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଆଜିର ଏହି ପୁସ୍ତକ ଉନ୍ମୋଚନ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା , କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, କାଜଲ ଡାକୁଆ, ସୌମ୍ୟରଞ୍ଜନ ରଥ, ସୁଜିତ୍ ବାରିକ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ଭିନ୍ନ ରଙ୍ଗରେ ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ କରିଥିଲେ । ପୁସ୍ତକ ଉନ୍ମୋଚନ ପରେ ଲେଖକ ତାଙ୍କ ପ୍ରେରଣା, ଲେଖନ ଅଭିଜ୍ଞତା ଏବଂ ପାଠକଙ୍କ ଆଶୀର୍ବାଦର ଗୁରୁତ୍ୱ ବିଷୟରେ ମତାମତ ରଖିଥିଲେ। ଭିନ୍ନ ରଙ୍ଗ ବହିର ଏକ ଗଳ୍ପକୁ ନେଇ ପୂଜା ମହାନ୍ତି ଏକକ ଅଭିନୟ ପରିବେଷଣ କରିଥିଲେ । ପରିଶେଷରେ କବି ନୀଳିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

