ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ଗାଁ ବନାଞ୍ଚଳ ଅଧିନରୁ ବାରହା ମାଂସ ଜବତ ସହ ବିଛା ଯାଇଥିବା ଫାସ ଜବତ କରିବା ସହ ୩ଜଣ ଶିକାରୀ ଗିରଫ କରିଛି । ଗିରଫ ହୋଇଥିବା ଶିକାରୀ ମାନେ ହେଲେ ତ୍ରିଲୋଚନ ନାୟକ, ଶୀତୁ ପରିଡ଼ା ଓ ଲିଙ୍ଗା ଡାକୁଆ । ଏହି ଶିକାରୀ ମାନଙ୍କ ମଧ୍ୟରୁ ୨ଜଣଙ୍କର ଓଡ଼ଗାଁ ଥାନା ଅଞ୍ଚଳରେ ହୋଇଥିବା ବେଳେ ଆଉ ଜଣଙ୍କର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାନୁସାରେ, ନୟାଗଡ଼ ବନଖଣ୍ଡ ଅଧିନରେ ଥିବା ଓଡ଼ଗାଁ ବନାଞ୍ଚଳ ତରଫରୁ ବନପାଳ ସରିତା ବରାଡ଼ଙ୍କ ପ୍ରତ୍ୟେକ୍ଷ ତତ୍ଵବଧାନରେ ବନରକ୍ଷୀ ସୌମ୍ୟରଂଜନ ଦଳେଇ, ବନରକ୍ଷୀ ଦିପ୍ତିମୟୀ ରାଉତଙ୍କ ସହ ସ୍କ୍ୱାର୍ଡ ଟିମ୍ ସହ ପ୍ରତ୍ୟେକ ଦିନ ପରି ଗୁରୁବାର ନାଇଟ୍ ପାଟ୍ରୋଲିଂ କରୁଥିଲେ । ରୋହିବାଙ୍କରୁ ଚେମେଡି ଯିବା ବାଟରେ ଶିକାରୀ ମାନେ ଶିକାର କରି ଫେରୁଥିଲେ । ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ଚେକିଙ୍ଗ କଲା ପରେ ବାରହା କଟା ମାଂସ ୪କେ.ଜି, ଫାସ ଓ ଦୁଇଟି ବାଇକ୍ ଜବତ୍ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ସୂଚନା ଦେଇଛନ୍ତି ।


