ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁବାଟିକା ଭାଇଭଉଣୀ ମାନଙ୍କୁ ନେଇ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁମାନେ ବିଦ୍ୟାଳୟରେ ପହଞ୍ଚି ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର, ଦକ୍ଷିଣ କାଳୀ ମନ୍ଦିର ଓ ଗୋପୀନାଥ ମନ୍ଦିର ଦର୍ଶନ ସାରି ବିଦ୍ୟାଳୟରେ ପ୍ରସାଦ ସେବନ କରିଥିଲେ। ଏହା ପରେ ଶିଶୁମାନଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶିକ୍ଷା ବିକାଶ ସମିତି ନୟାଗଡ଼ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଭଗବାନ ସାହୁ, ଦଶପଲ୍ଲା ମହାବିଦ୍ୟାଳୟ ପଦାର୍ଥବିଜ୍ଞାନ ଅଧ୍ୟାପକ ଉମାକାନ୍ତ ତ୍ରିପାଠୀ, ଲାଠିପଡ଼ା ମଡେଲଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମଧୁସ୍ମିତା ମହାପାତ୍ର ଦୀପପ୍ରଜ୍ଜ୍ୱଳନ କରି ଶିଶୁ ଭାଇଭଉଣୀଙ୍କୁ ସତ କହିବା, ସାହସୀ ହେବା, ନିଜ କାମ ନିଜେ କରିବା ପାଇଁ ପ୍ରେରଣାଦାୟୀ କଥା ରଖିଥିଲେ। ଶେଷରେ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।


