Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

କିଡ୍‌ନୀ ରୋଗରେ ଶର୍ଯ୍ୟାସାୟୀ ଦିଲ୍ଲୀପ: ଚିକିତ୍ସା ଅର୍ଥ ସାଜିଛି ବାଧକ: ସହାୟତାର ହାତ ବଢାଇଲେ ଆଇଆଇସି

Published October 31, 2025 ସ୍ୱତନ୍ତ୍ର ଖବର
SHARE

ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାକୁଡ଼ିଆ ଟାଙ୍ଗୀସାହି ଗ୍ରାମର ଦିଲ୍ଲୀପ କୁମାର ସାହୁ ବର୍ତମାନ ଜୀବନ ଆଉ ମରଣ ସହ ଲଢେଇ କରୁଛନ୍ତି । ଦୁଇମୁଠା ଖାଇବାପାଇଁ ଡହଳ ବିକଳ ହେଉଥିବା ବେଳେ ଦିଲ୍ଲୀପ କୁମାର ସାହୁଙ୍କ ଧର୍ମପତ୍ନୀ ଏବଂ ପରିବାର ବେସାହାରା ହୋଇପଡିଛନ୍ତି । ତେବେ ଦିଲ୍ଲୀପଙ୍କ ଖବର ପାଇ ନରସିଂହପୁର ଥାନାର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ପହଞ୍ଚି ସହାୟତାର ହାତ ବଢାଇଛନ୍ତି । ସୂଚନାନୁସାରେ, ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ଏକବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଦିଲ୍ଲୀପ କୁମାର । ଆଗକୁ ଚିକିତ୍ସା ହେବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତେବେ ନିଜର ଅଧିକା ଚିକିତ୍ସା କରାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ । ତେବେ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ଘରେ ୨ଟି ପୁଅ ଏବଂ ଗୋଟିଏ ଝିଅ ସହିତ ବୁଢ଼ୀ ମା କୁ ମିଶାଇ ୬ ପ୍ରାଣୀ । ଦିଲ୍ଲୀପ କୁମାର ସାହୁ ଦିନ ମଜୁରିଆ ଭାବରେ ପୂର୍ବରୁ କେରଳ ରେ ସମୁଦ୍ର ମଝିରେ ଡ଼ଙ୍ଗା ସାହାଯ୍ୟ ରେ ମାଛ ଧରି ପ୍ରତିପୋଷଣ କରୁଥିଲେ ହେଲେ ଦିନେ ଅସାବଧାନତା ପାଇଁ ତାଙ୍କ ଗୋଡ଼ରେ ଜାଲ ଲାଗିଯିବାରୁ ତାଙ୍କର ଗୋଟେ ଗୋଡ଼ କଟାଯାଇଥିଲା ।

କଥାବି ସେ ଜୀବନ ଯୁଦ୍ଧରେ ନ ହାରି ପରିବାର ପାଇଁ ବିଭିନ୍ନ ସମୟରେ ବୁଲିବୁଲି ଦିନ ମଜୁରିଆ ଭାବରେ କାମ କରି ପରିବାର ଚଳାଉଥିଲେ ହେଲେ ବିଧାତାର ରଚନା କିଛି ଅଲଗା ଥିଲା ଗୋଟେ ଦୁଃଖ ନ ସରୁଣୁ ଆଉ ଗୋଟେ ବଡ଼ ରୋଗ (କୀଡୀନି) ତାଙ୍କୁ ଆଜି ଜୀବନ ଆଉ ମରଣ ଭିତରେ ଅସହାୟ କରିଦେଇଛି । ତେବେ ଦିଲ୍ଲୀପ କୁମାର ସାହୁଙ୍କ ଧର୍ମପତ୍ନୀ ଙ୍କ କହିବା ଅନୁସାରେ ୬ ମାସ ତଳେ ଦିଲ୍ଲୀପ ହଠାତ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ଝାଡ଼ା ପରିଶ୍ରା ସହ ଅଣ ନିଶ୍ୱାସୀ ଅନୁଭବ କରିବାରୁ ସ୍ଥାନୀୟ ନରସିଂହପୁର ଡାକ୍ତରଖାନାରେ ଯାଞ୍ଚ କରାଇଥିଲେ । ଯାଞ୍ଚ ପରେ ମଧ୍ୟ ଡାକ୍ତର ରୋଗ ଧରି ପାରିନଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥିତ ବଡ଼ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଥିଲେ । ସେଠାରେ ଯାଞ୍ଚ ରିପୋର୍ଟରେ ଦିଲ୍ଲୀପ ଙ୍କ ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବା ସହିତ ଖାଦ୍ୟ ନାଳୀରେ ଘା ମଧ୍ୟ୍ୟ ହୋଇଯାଇଛି ବୋଲି ଡାକ୍ତର କହିଥିଲେ । ଯଥା ଶୀଘ୍ର କିଡନୀ ପ୍ରତିରୋପଣ ପାଇଁ କହିବା ସହ ଜୀବନ ବଞ୍ଚାଇବା ପାଇଁ ନିରନ୍ତର ଡାଇଲିସିସ କରାଇବାକୁ ପଡିବ ବୋଲି କହିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅର୍ଥ ଅଭାବରୁ ଡାଇଲିସସ ହେବାପାଇଁ ପରିବାର ପାଖରେ ଆର୍ଥିକ ସୁବିଧା ନାହିଁ । ସ୍ୱାମୀଙ୍କ ର କିଡନୀ ପ୍ରତିରୋପଣ ପାଇଁ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କୁ ସୁଲୋଚନା ସାହୁ କିଡନୀ ପାଇଁ ନେହୁରା ହୋଇଥିଲେ କିନ୍ତୁ କିଛି ଲାଭ ହେଲାନି ।

ଦାମୀ ଔଷଧ, ରକ୍ତ ଏବଂ ଯିବା ଆସିବା ଭଳି ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତି ସପ୍ତାହ ହଜାରହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ଏବେ ସୁଦ୍ଧା ପାଖରେ ଯାହାବି ଥିଲା ସବୁ ଖର୍ଚ୍ଚ ହେଲାଣି । ଗୋଟିଏ ପଟେ ସ୍ୱଳ୍ପ ଦରମାରେ ତିନି ଛୁଆଙ୍କ ପାଠପଢା ସହ ଘର ଏବଂ ମେଡ଼ିକାଲ ଖର୍ଚ୍ଚ ବୋଝ ସ୍ୱାମୀ ଦିଲ୍ଲୀପ କୁମାର ସାହୁଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଯଦି କିଛିଟା ସରକାରୀ ସହାୟତା ସହ କେହି ସହୃଦୟ ବ୍ୟକ୍ତି କିଡ଼ନୀ ଦାନ କରିବେ ତେବେ ଦିଲ୍ଲୀପ କୁମାର ସାହୁ ବଞ୍ଚିଯାଇ ପାରିବେ ବୋଲି ସ୍ତ୍ରୀ ସୁଲୋଚନା ସାହୁ ଆକୁଳ ନିବେଦନ କରିଛନ୍ତି । ତା ସହିତ ସ୍ଥାନୀୟ ପ୍ରଶାସନ ଠୁ ନେଇ ଉପରିସ୍ଥ ଅଧିକାରି ଙ୍କ ପର୍ଯ୍ୟନ୍ତ ଉକ୍ତ ପରିବାର କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ନିବେଦନ କରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 31, 2025 October 31, 2025
Share This Article
Facebook Twitter Whatsapp Whatsapp
What do you think?
Love1
Sad0
Happy0
Angry0
Surprise0
Dead0
Wink0
ବେହାଲ ହେଲାଣି ଶିଶୁ ଉଦ୍ୟାନ:ଶିଶୁ ମାନଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ
ଜିଲ୍ଲା ଖବର
ଦଶହରା ଖର୍ଚ୍ଚ ପାଇଁ ଆଡ଼ଭାନ୍ସ ନମିଳିବାରୁ ସଫେଇ କର୍ମଚାରୀଙ୍କ ଧାରଣା
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?