ନୟାଗଡ଼, (ଓଡ଼ିଶା ଲେଖା): ଫେସବୁକ୍ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ । ଜିଲ୍ଲାପାଳଙ୍କ ନାମରେ ଆପଣଙ୍କ ପାଖକୁ ଆସିପାରେ ଫେସବୁକ୍ ଫ୍ରେଣ୍ଡ ରିକ୍ୟୁଏଷ୍ଟ । ହଁ ଆଜ୍ଞା, ଦୁଇ ଦିନ ହେଲା ନୟାଗଡ଼ ଜିଲ୍ଲାର ସୋସିଆଲ ମିଡ଼ିଆ ଫେସବୁକ୍ ରେ ଏଭଳି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସୁଛି ଏବଂ ଆକସେପ୍ଟ କଲା ମାନେ ମେସେଞ୍ଜରରେ ହାଏ, ହାଓ ଆର୍ ୟୁ, ସେଣ୍ଡ ୟୋର୍ ମୋବାଇଲ ନମ୍ବର ଏଭଳି କିଛି ମେସେଜ୍ ଆସୁଛି । କାହାକୁ ଟଙ୍କା ମଗା ଯାଉଛି ତ ଆଉ କାହାକୁ କଣ କଣ ମେସେଜ ଆସୁଛି । ଏଭଳି ଘଟଣାକୁ ନେଇ ନୟାଗଡ ବାସି ଦ୍ଵନ୍ଦରେ ପଡ଼ିଥିବା ବେଳେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୁହାଯାଇଛି ଯେ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଫେସବୁକ୍ ଆଇଡିକୁ ହ୍ୟାକ କରି କରି ଲୋକମାନଙ୍କୁ ମେସେଜ ପଠାଇ ହଇରାଣ କରାଯାଉଛି । ତେଣୁ ଏଭଳି ମେସେଜକୁ ଏଡ଼ାଇ ଦେବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।


