ନୟାଗଡ଼, (ଓଡ଼ିଶା ଲେଖା): ନୂଆ କରି ଏସଆଈରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବିରଞ୍ଚି ନାରାୟଣ ସାହୁ ଆଜି ରିଜର୍ଭ ପୋଲିସର ଦାୟୀତ୍ଵ ଗ୍ରହଣ କରିଛନ୍ତି । ତତ୍ କାଳୀନ ଇନ୍ସପେକ୍ଟର ବିଜୟ କୁମାର ମୁଦୁଲିଙ୍କ ବଦଳି ହେବା ପରେ ନୟାଗଡ ରିଜର୍ଭ ପୋଲିସରେ କାର୍ଯ୍ୟରତ ଏସଆଇ ବିରଞ୍ଚି ନାରାୟଣ ସାହୁଙ୍କର ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି କରାଯାଇ ଉକ୍ତ ରିଜର୍ଭ ପୋଲିସରେ ନୂତନ ଇନ୍ସପେକ୍ଟର ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଆଜି ବିଧିବଦ୍ଧ ଭାବେ ନୂତନ ଇନ୍ସପେକ୍ଟର ବିରଞ୍ଚି ନାରାୟଣ ତତ୍ କାଳୀନ ଇନ୍ସପେକ୍ଟର ବିଜୟ କୁମାର ମୁଦୁଲିଙ୍କ ଠାରୁ ଦାୟୀତ୍ଵ ଗ୍ରହଣ କରିଥିବା ଜଣାପଡ଼ିଛି । ନୂତନ ଇନ୍ସପେକ୍ଟର ଶ୍ରୀଯୁକ୍ତ ସାହୁ ଦାୟୀତ୍ଵ ଗ୍ରହଣ କରିବା ପରେ ରିଜର୍ଭ ପୋଲିସର ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ସ୍ଵାଗତ ସମ୍ୱର୍ଦ୍ଧନା ଜଣାଇଥିଲେ ।


