ନୟାଗଡ଼, (ଓଡ଼ିଶା ଲେଖା): ବାରବାଟି ସଂସାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଗତକାଲି ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ତାଲା ପକାଇ ଚାଲିଯାଇଥିଲେ ଶିକ୍ଷକ। ଏକଘଣ୍ଟା ପରେ ତାଲାଭାଙ୍ଗି ଉଦ୍ଧାର କରିଥିଲେ ସ୍ଥାନୀୟଲୋକେ । ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ଗ୍ରାମବାସୀଙ୍କ ପାଟିତୁଣ୍ଡ ଜାରି ରଖିଛନ୍ତି । ଯଦୁପୁର ଗାଁର ଜିତୁ ନାୟକଙ୍କ ପୁଅ ସିତୁ ଯଦୁପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଗତକାଲି ଅପରାହ୍ନରେ ସିତୁର ଦେହ ଖରାପ ହେବାରୁ ଘରକୁ ଯିବା ପାଇଁ ସେ ପ୍ରଧାନଶିକ୍ଷୟିତ୍ରୀଙ୍କୁ କହିଥିଲେ । ତେବେ ଶ୍ରେଣୀ କକ୍ଷରେ ବସିଥା ଅଳ୍ପ ସମୟ ପରେ ବିଦ୍ୟାଳୟ ଛୁଟି ପରେ ଯିବୁ କହିଥିଲେ ପ୍ରଧାନଶିକ୍ଷୟିତ୍ରୀ । ଏହାପରେ ବିଦ୍ୟାଳୟ ଗୃହରେ ସିତୁ ଶୋଇପଡିଥିଲେ ।

ବିଦ୍ୟାଳୟ ଛୁଟି ପରେ ଶ୍ରେଣୀଗୃହ ଯାଞ୍ଚ ନକରି ଶିକ୍ଷୟିତ୍ରୀମାନେ ପିଲାଙ୍କ ଦ୍ବାରା ତାଲା ପକାଇ ଚାଲିଯାଇଥିଲେ । ପ୍ରାୟ ଏକଘଣ୍ଟା ପରେ ପିଲାଟି ବିଦ୍ୟାଳୟ ଭିତରୁ ପାଟି କରିବା ସହ କବାଟ ବାଡେଇବା ଶୁଣି ପାଖରେ ଥିବା ଲୋକମାନେ ଆସି ତାଲାଭାଙ୍ଗି ତାକୁ ଉଦ୍ଧାର କରିଥିଲେ । ଆଜି ଛାତ୍ରର ପରିବାର ଏବଂ ଗ୍ରାମବାସୀ ବିଦ୍ୟାଳୟକୁ ଆସି କାର୍ଯ୍ଯାନୁଷ୍ଠାନ ଦାବି କରିଥିଲେ । ଖବର ପାଇ ସଦରଥାନା ପୋଲିସ ଏବଂ ଏବିଇଓ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରୁଛନ୍ତି । ଏବିଇଓ ସଞୟ ମଲ୍ଲିକ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପ୍ରତିଶୃତି ଦେଇଥିଲେ ମଧ୍ଯ ସମସ୍ତ ଷ୍ଟାଫ୍ ଙ୍କୁ ଗିରଫ ଦାବି କରିଛନ୍ତି ସ୍ଥାନୀୟ ଲୋକ ।


