Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଖଣ୍ଡପଡାରେ ବିଜେଡ଼ି ଜନ ସଂପର୍କ ପଦଯାତ୍ରା: ରାଜ୍ୟରେ ମହିଳାଙ୍କୁ ସମ୍ମାନ ନାହିଁ ତ ବିକଶିତ ଓଡ଼ିଶା କହିବା ଦୁର୍ଭାଗ୍ୟଜନକ;ସାବିତ୍ରୀ

Published October 20, 2025 ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଅଧକ୍ଷା ତଥା ଗତ ନିର୍ବାଚନର ଖଣ୍ଡପଡ଼ା ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ସାବିତ୍ରୀ ପ୍ରଧାନ ଙ୍କ ନେତୃତ୍ୱରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶଙ୍ଖନାଦ ଓ ବାଜା ବାଣରେ କମ୍ପିଥିଲା ମର୍ଦ୍ଦରାଜପୁର ଓ ଖଳିସାହି ପଞ୍ଚାୟତ। ପ୍ରଥମେ ମର୍ଦ୍ଦରାଜପୁର ସ୍ଥିତ ମୁଣ୍ଡିଆ ହନୁମାନ ପୀଠରେ ପୂଜାର୍ଚନା ହେବା ପରେ ଉପସ୍ଥିତ ଜନପ୍ରତିନିଧିମାନେ ଦେବଦେବୀଙ୍କ ଠାରୁ ଆଶୀର୍ବାଦ ନେଇ ପଦଯାତ୍ରା ଶୁଭାରମ୍ଭ କରି ଖଳିସାହି ସ୍ଥିତ ତୋଟା ହନୁମାନ ପୀଠରେ ଶାନ୍ତି ଶୃଙ୍ଖଳା ସହ ପହଞ୍ଚିଥିଲା।

ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅବସରରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ। ନବୀନଙ୍କୁ ଏବେବି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକମାନେ ଝୁରୁଥିବା ବେଳେ ଗାଁ ଗଣ୍ଡାରେ ମାଟି ଗାଣ୍ଡୁଏ ମଧ୍ୟ ପଡିନଥିବା କହିଥିଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ତତ୍ ସହିତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ତଥା ଭାପୁର ବ୍ଲକ ଅଧ୍ୟକ୍ଷା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ରାଜ୍ୟ ସରକାର ଯେଉଁ ସବୁ ପ୍ରତିଶୃତି ଦେଇ ସରକାରକୁ ଆସିଲେ, ତାହା ଆସିବା ପରେ ଜନସାଧାରଣଙ୍କୁ ଲଲିପପ୍ ଧରେଇ ଦେଇଛନ୍ତି। ସୁଭଦ୍ରାରେ ୫୦ହଜାର ଟଙ୍କାର କାର୍ଡ ଦେବାକୁ କହି ୫ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ ଦେଇ ମହିଳା ମା ଭଉଣୀ ମାନଙ୍କୁ ଲଲିପପ୍ ଧରେଇ ଦେଇଛନ୍ତି। ସେହିପରି ଭାବେ ମହିଳାଙ୍କୁ ସମ୍ମାନ ଦେବାକୁ କହୁଥିବା ସରକାର ଆଜି ମାଆ ମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ପାଲଟିଛି । ଯେଉଁଠି ମାଆଙ୍କୁ ସମ୍ମାନ ଦିଆଯାଉନାହିଁ, ସେଠି ବିକଶିତ ଓଡ଼ିଶା, ବିକଶିତ ଭାରତ ହେବା ଅସମ୍ଭବ ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ତଥା ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ । ଏତତ ବ୍ୟତୀତ ହଜାର ହଜାର କୋଟି ଟଙ୍କା ଋଣ କରିବା ସହ ବିଜେପି ସରକାର ୧୮ ମାସରେ ଅଣ ନିଶ୍ୱାସି ହୋଇପଡିଥିବା ମଧ୍ୟ କହିଥିଲେ।

ତେବେ ନିର୍ବାଚନ ମଣ୍ଡଳୀ ବିଜେଡି ଦାୟିତ୍ୱରେ ଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେପି ତଥା ମୋହନ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ବିମୁଖତା, ଦରଦା ନିୟନ୍ତ୍ରଣରେ ବିଫଳତା, ଆଇନଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯ୍ୟାତନା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଖଣ୍ଡପଡ଼ା ଜନସାଧାରଣଙ୍କ ନିକଟରେ ଅବତାରଣା କରିଥିଲେ ବିଜେଡ଼ି ନେତୃମଣ୍ଡଳୀ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ ବିଷ୍ନୁପ୍ରିୟା ବେହେରା, ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ୫ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ୧୮ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଖଣ୍ଡପଡା ବିଜେଡି ସଭାପତି ବିଜୟ ତ୍ରିପାଠୀ, ଭାପୁର ବ୍ଲକ ବିଜେଡି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ବିଜେଡ଼ି ନେତାଙ୍କ ସମେତ ଭାପୁର ଏବଂ ଖଣ୍ଡପଡା ବ୍ଲକର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମକର୍ତ୍ତା, ପୁରୁଷ ଓ ମହିଳା ଶୁଭେଚ୍ଛୁ, ସମର୍ଥକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 20, 2025 October 20, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁଙ୍କ ପାଇଁ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ
ଜିଲ୍ଲା ଖବର
ନାଟୁଗାଁରେ ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର: ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରୁଣ
ଆଞ୍ଚଳିକ ଖବର
ବରିଷ୍ଠ ଆଇନଜୀବୀ ଜୟଦେବ ନାୟକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ଶୋକସଭା
ଆଞ୍ଚଳିକ ଖବର
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜନୀତିରାଜ୍ୟ ଖବର

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ

Odisha Lekha August 30, 2026
ରାଜନୀତିରାଜ୍ୟ ଖବର

ଅପାରଗ ଜିଲ୍ଲା ପ୍ରଶାସନ:ଜିଲ୍ଲା ପରିଷଦ ସଦସ୍ୟଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ, ଅନ୍ୟପଟେ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ: ଥାନା ସମ୍ମୁଖରେ ବିଜେଡ଼ି ନେତା ଓ କର୍ମୀଙ୍କ ଧାରଣା

Odisha Lekha August 28, 2026
ଜିଲ୍ଲା ଖବରରାଜନୀତିଶିକ୍ଷା ଓ ନିଯୁକ୍ତି

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶ:ନୟାଗଡ଼ରେ ଅରୁଣଙ୍କ ରଣହୁଙ୍କାର:ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Odisha Lekha August 2, 2026
ରାଜନୀତି

ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?

Odisha Lekha July 14, 2026
ରାଜନୀତି

ବିଜେପି ନେତ୍ରୀଙ୍କ ଜାଲି ଦସ୍ତଖତ ପ୍ରସଙ୍ଗ:ପ୍ରତିକ୍ରିୟା ରଖିଲେ କଂଗ୍ରେସର ଜିଲ୍ଲା ସଭାପତି

Odisha Lekha July 6, 2026
ରାଜନୀତି

ମାନବିକତା ଦେଖାଇଲେ ବ୍ଲକ୍ ଉପାଧ୍ୟକ୍ଷା:ସ୍ଥଗିତ ରହିଲା ଅହୋରାତ୍ର ଧାରଣା

Odisha Lekha June 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?