ନୟାଗଡ଼, (ଓଡ଼ିଶା ଲେଖା): ଆଲୋକର ପର୍ବ ଦୀପାବଳୀକୁ କିଛି ଭିର୍ଣ୍ଣ ଢଙ୍ଗରେ ପାଳନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ବିଭାଗ ଓ ଓଡିଶା ସରକାରଙ୍କ ପରିବେଶ ଶିକ୍ଷା, ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ସୂଚନା କ୍ରମେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ, ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରଥମେ ମାଟିରେ ୫୦ ରୁ ଅଧିକ ଦ୍ବୀପ ତିଆରିକରି ଥିଲେ।

ତାପରେ ଦ୍ବୀପଗୁଡିକୁ ଖରାରେ ଶୁଖାଯାଇଥିଲା। ତତ୍ସହିତ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଜୟଲକ୍ଷ୍ମୀ ଦଳେଇ, ଶିକ୍ଷକ ସନ୍ତୋଷ ନାହାକ, ରାଧାଗୋବିନ୍ଦ ନାୟକ, ସୂଯ୍ୟମଣି ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ ସାହୁ ପିଲାମାନଙ୍କୁ ପ୍ରଚୁର ଶବ୍ଦପ୍ରଦାନକାରି ବାଣ ଠାରୁ ନିଜକୁ ଦୁରେଇ ରହିବା, ଦ୍ବୀପ ଜଳିଲା ବେଳେ ସହ ପଲିଷ୍ଟର ପୋଷାକ ନ ପିନ୍ଧି ସୂତା ପୋଷାକ ପିନ୍ଧିବା ଦ୍ୱାରା ନିଜର ଜୀବନ ପ୍ରତି ବିପଦ ନହେବା ସହିତ ପଶୁ ଓ ପକ୍ଷୀମାନେ ଶବ୍ଦ ଦ୍ୱାରା ବିଚଳିତ ନ ହୋଇ ନିଜ ବସାରେ ସୁରକ୍ଷିତ ରହିପାରିବେ ସଚେତନତାର ବାର୍ତ୍ତା ଦେଇଥିଲେ ।
ବିଦ୍ୟାଳୟର ଏହି ଛାତ୍ର ଛାତ୍ରୀମାନଙ୍କ ବାର୍ତ୍ତାକୁ ସ୍ଥାନୀୟ ଅଞ୍ଚଳବସୀ ସ୍ଵାଗତ ଜଣାଇଛନ୍ତି ।


