ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ “ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ” ଜିଲ୍ଲା ପରିଷଦ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାର ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲୋ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଡ଼ ଦାସ ସ୍ବାଗତ ଭାଷଣ ରଖିଥିବା ବେଳେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଆଜି ନୟାଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି ।

ଏହି ଅଭିଯାନ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମର ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି ଅଭିଯାନର କ୍ଷତିକାରକ ପ୍ରଭାବ ବିଷୟରେ ଜନସଚେତନତା ବୃଦ୍ଧି କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯାହାକି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅନୁପାଳନକୁ ବୃଦ୍ଧି କରିବା ପାଇଁ ୱାଲ ପେଣ୍ଟିଙ୍ଗ କରାଯିବା ବୋଲି ଆଲୋଚନା ହୋଇଛି । ୨୦ଟି ଗ୍ରାମକୁ ତମାଖୁ ମୁକ୍ତ ଗ୍ରାମ କରିବା ପାଇଁ ପ୍ରୟାସ ଜାରି କରିବାକୁ ସ୍ଥିର କରାଯାଇଛି ।


