Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍: ୦-୧ ଗୋଲରେ ନାଗମୁଣ୍ଡୁଳୀ ଚମ୍ପିୟାନ

Published October 12, 2025 ଖେଳ
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ଅଣ୍ଡର -୧୯ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନାଗମୁଣ୍ଡୁଳୀ ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ରଘୁନାଥ ଆଥଲେଟିକ ଆସୋସିଏସନ୍ (ଆରଏଏ) ରନର୍ସଅପ ହୋଇଛି । ରବିବାର ସକାଳେ ଦୁଇଟି ସେମିଫାଇନାଲ ମ୍ୟାଚରେ ଓଡ଼ଗାଁ ଆରଏଏ ଏବଂ ନୟାଗଡ଼ ମର୍ଣିଙ୍ଗି କ୍ଳବ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଆରଏଏ ନୟାଗଡ଼ ମଣିଙ୍ଗ୍ କ୍ଳବକୁ ହରାଇ ୨-୧ ଗୋଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ନାଗମୁଣ୍ଡୁଳୀ ଏବଂ ରାଜପାଟଣା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ନାଗମୁଣ୍ଡୁଳୀ ପେନାଲଟିକ୍ ମାଧ୍ୟମରେ ୨-୦ ଗୋଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ । ଅପରାହ୍ନରେ ଓଡ଼ଗାଁ ଆରଏଏ ଏବଂ ନାଗମୁଣ୍ଡୁଳୀ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳର ସଙ୍ଘର୍ଷ ପୂର୍ଣ୍ଣ କ୍ରିଡ଼ା ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ୍ ଦେଇନପାରିନଥିବା ବେଳେ ଦ୍ବିତୀୟାର୍ଦ୍ଧର ଶେଷ ପର୍ଯ୍ୟାୟରେ ନାଗମୁଣ୍ଡୁଳୀ ଦଳ ଆରଏଏକୁ ଗୋଟିଏ ଗୋଲ୍ ଦେଇ ଚମ୍ପିୟାନ ହୋଇଥିଲା । ଆଜିର ୩ ଟି ମ୍ୟାଚକୁ ରେଫରୀ ଅଶୋକ ମହାନ୍ତି ପରିଚାଳନା କରିଥିବା ବେଳେ ମ୍ୟାଚର ପରିଚାଳକ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଖେଳ ମଣିଷ ଦିବାକର ନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ଏବଂ ଗଣେଶ୍ୱର ସାହୁଙ୍କ ସହିତ ଆସୋସିଏସନ୍ ସହ ସମ୍ପାଦକ ସୁଶାନ୍ତ କୁମାର ପାତ୍ର, ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଦୀପ କୁମାର ଦୋରା ପ୍ରମୁଖ ଖେଳାଳୀଙ୍କୁ ରନର୍ସଅପ ଏବଂ ଚମ୍ପିୟାନ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ବିଶେଷତଃ ଦୀର୍ଘଦିନ ବ୍ୟବଧାନରେ ଓଡ଼ଗାଁରେ ପୁନର୍ବାର ଗୋଟିଏ ଫୁଟବଲ୍ ଟିମ୍ ଆରମ୍ଭକୁ ଅତିଥି ମାନେ ପ୍ରଶଂସା କରିଥିଲେ । ଆଜିର ଫାଇନାଲ ମ୍ୟାଚକୁ ଉପୋଭୋଗ କରିବା ପାଇଁ ପ୍ରାୟ ହଜାର ହଜାର ଦର୍ଶକ ଜମା ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଫୁଟବଲ୍ ମ୍ୟାଚର ମଜ୍ଜା ଉଠାଇଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 12, 2025 October 12, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
ଖେଳ

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?