ଓଡ଼ିଶା ଲେଖା ଅଫିସ୍: ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ କଟକ-୯ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ବାଜି ମାରିଛନ୍ତି ଡ଼ ଗୋବିନ୍ଦ ଚାନ୍ଦ ଉତ୍କଳ ସାହିତ୍ୟ ସମାଜର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଡ଼ ଚାନ୍ଦ । ବହୁ ବାଦ ବିବାଦ ଓ ଘଡିସନ୍ଧି ଦେଇ ଆସୁଥିବା ଉତ୍କଳ ସାହିତ୍ୟ ସମାଜ ଏବେ ବିକାଶର ପଟ୍ଟ ଚିତ୍ର ଦେଖିବାକୁ ଯାଉଛି । ଏହାକୁ ଦୃଷ୍ଟରେ ରଖି ନୂତନ କର୍ମକର୍ତ୍ତା ଗଠନ ପାଇଁ ଉତ୍କଳ ସାହିତ୍ୟ ସମାଜ ତତଫରୁ ନିର୍ବାଚନ ପାଇଁ ଆହ୍ବାନ ଦେଇଥିଲେ । ନିର୍ବାଚନ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରଯାଇଥିଲା ।

ସେଥିପାଇଁ ବହୁ ଲବିରେ ଥିବା ବେଳେ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ହରାଇ ଡ଼ ଗୋବିନ୍ଦ ଚାନ୍ଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ବ୍ରହ୍ମାନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ରାଜୀବ କୁମାର ଷଡ଼ଙ୍ଗୀ, ସଂଗଠନ ସଂପାଦକ ଭାବେ ଶଶିକାନ୍ତ ରାଉତ, ପାଠାଗାର ସଂପାଦକ ଭାବେ ବ୍ରହ୍ମାନନ୍ଦ ମହାନ୍ତି ଓ କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ ନୂତନ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମର୍ଥକ ଓ ଶୁଭେଚ୍ଛୁ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

