ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣିରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉପସ୍ଥିତ ରହି 107 ଟି ଅଭିଯୋଗରୁ ତତକ୍ଷଣାତ 36ଟି ଅଭିଯୋଗର ସମାଧାନ କରିଥିଲେ।

ତେବେ ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ 107ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ 5ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ନେଇ ପଞ୍ଜିକୃତ ହୋଇଥିବା ବେଳେ 99ଟି ବ୍ୟକ୍ତିଗତ ସମସ୍ୟା ଉପରେ ଅଭିଯୋଗ ପଞ୍ଜିକୃତ ହୋଇଛି ଏବଂ 3ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଛି। ଉକ୍ତ ଜନ ଅଭିଯୋଗ ଶୁଣାଣିରେ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

