ନୟାଗଡ଼, (ଓଡ଼ିଶା ଲେଖା): ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଏହି ନୂତନ କର୍ମକର୍ତା ଚୟନ ପକ୍ରିୟାରେ ସଭାପତି – ଡ ସୁକାନ୍ତି ମହାନ୍ତି , ଉପସଭାପତି ପ୍ରକାଶ କୁମାର ପଟ୍ଟନାୟକ, ସମ୍ପାଦକ ରାଜକିଶୋର ନାୟକ, ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ ସମୀକ୍ଷକ ବୃନ୍ଦାବନ ପରିଡ଼ା, ସଂଯୋଜକ ନିରଞ୍ଜନ ମହାପାତ୍ର ଓ ଉପଦେଷ୍ଟା ଭାବେ ଚକ୍ରଧର ପଟ୍ଟନାୟକ, ପ୍ରସନ୍ନ କୁମାର ଦାଶ, ସୁଧୀର କୁମାର ଦାସ, ପ୍ରମୋଦ କୁମାର ମହାପତ୍ର, ବୈକୁଣ୍ଠ ନାଥ ସାହୁ ଇତ୍ୟାଦି ମନୋନୀତ ହୋଇଥିବା ସୂଚନା ମିଳିଛି।

