ନୟାଗଡ଼, (ଓଡ଼ିଶା ଲେଖା): ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡଗାଁ ଗସ୍ତରେ ଆସି ସପତ୍ନୀକ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଓଡ଼ଗାଁ ଦେୱାନୀ(କନିଷ୍ଠ) ବିଭାଗ ବିଚାରପତି ପ୍ରେରଣାସିଂ ଦେଓ ମଧ୍ୟ ଉପସ୍ଥିତ ଥିଲେ।ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଶ୍ରୀ ଜୀଉଙ୍କ ଦର୍ଶନ କରାଇଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଜଷ୍ଟିସ ମିଶ୍ରଙ୍କୁ ଶ୍ରୀଜୀଉଙ୍କ ତୈଳିକ ଫଟୋଚିତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ରଘୁନାଥ ଜୀଉ ମନ୍ଦିରର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସହଯୋଗ କରିଥିଲେ।

