Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସର୍ବ ପୁରାତନ ସାର୍ବଜନୀନ ଦୁର୍ଗାପୂଜା:ଚୁଲିଚାନ୍ଦା ଓ ଚରୁ ପ୍ରସାଦରେ ରହିଛି ସ୍ୱତନ୍ତ୍ରତା

Published October 3, 2025 ଆଧ୍ୟାତ୍ମିକ
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ଭାରତୀୟ ଐତିହ୍ୟ ସଂସ୍କୃତିରେ ଶକ୍ତି ପୂଜା ପରମ୍ପରା ବହୁ ପୁରାତନ I ଉତ୍କଳୀୟ ସଂସ୍କୃତିର ଉଦ୍‌ବେଳିତ ଜନମାନସ ଦେବୀ ପୂଜାକୁ ଭକ୍ତି ଓ ନିଷ୍ଠା ସହକାରେ ଆପଣେଇ ନେଇଥାନ୍ତି । ଏଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଗାଁ ଗହଳି ଓ ବଡ଼ ବଡ଼ ସହରରେ ହେଉଛି ଦୁର୍ଗାପୂଜା । ସେଥିରୁ ବାଦ ପଡିନି ନୟାଗଡ଼ ସହର। ନୟାଗଡ଼ ସହରରେ ଅନୁଷ୍ଠିତ ଦୁର୍ଗାପୂଜା ନିଆରା ଢଙ୍ଗରେ ପାଳିତ ହୁଏ । ନୟାଗଡ଼ର ବିଭିନ୍ନ ସ୍ଥାନରେ କରାଯାଉଥିବା ଦୁର୍ଗାପୂଜାଠାରୁ କଚେରି ବଜାର ପୂଜା ମଣ୍ଡପଠାରେ ଅନୁଷ୍ଠିତ ହେଉଥିବା ପୂଜାରେ ରହିଛି ନିଆରା ଓ ସ୍ବତନ୍ତ୍ରତା।

ଏହି ପୂଜାରେ ଲାଗୁଥିବା ଅର୍ଥ, ଚୁଲିଚାନ୍ଦା ଭାବେ ସହରରୁ ଆଦାୟ କରି ପୂଜା କରାଯାଇଥାଏ । ୧୯୬୧ ମସିହାରୁ ଆଜି ଯାଏଁ ଏହି ପ୍ରଥା ପାଳିତ ହୋଇ ଏବେ ଏହା ପରମ୍ପରାରେ ପରି ପରିଶତ ହୋଇଥିବା ଜଣାପଡ଼ିଛି। ଏହି ପରମ୍ପରାକୁ ବଞ୍ଚାଇ ରଖୁବା ପାଇଁ ସାର୍ବଜନୀନ ଦୁର୍ଗାପୂଜା ସମିତି ଲୋକଙ୍କୁ ସଚେତନ କରୁଥିବା ବେଳେ ଏଥିପାଇଁ ନୟାଗଡ଼ ବାସୀଙ୍କର ଅକୁଣ୍ଠ ଆଗ୍ରହ ଓ ସମର୍ଥନ ରହିଛି । ସଂସ୍କୃତିକୁ ବଜାୟ ରଖୁବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା, ସଂକୀର୍ତ୍ତନ ଓ ଦାଶକାଠିଆକୁ ଗୁରୁତ୍ବ ଦିଆଯାଇଥୁବା ବେଳେ ମେଲୋଡି ମଧ୍ୟ ଆୟୋଜନ କରାଯାଇଛି ।

ତେବେ ମାଙ୍କ ପୂଜା ହେଉଥିବା ଦଶହରା ମାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ଦଶହରା ଦିନ ସାର୍ବଜନୀନ ଦୁର୍ଗାପୂଜା ଦିନ ମାଙ୍କ ପ୍ରସାଦ ଚରୁ ଭୋଗ ବଣ୍ଟନ ରହିଛି ସ୍ୱତନ୍ତ୍ରତା । ତେବେ ଦଶହରା ସନ୍ଧ୍ୟାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପହଞ୍ଚି ମାଙ୍କ ଦର୍ଶନ ସାରି ଚରୁ ଭୋଗ ବଣ୍ଟନର ଶୁଭାରମ୍ଭ କରିଥିଲେ । ଚରୁ ପ୍ରସାଦ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଠିଆ ହୋଇ ପ୍ରସାଦ ପାଇଥିଲେ ।

ବିଧାୟକଙ୍କ ସହ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଜେଡ଼ି ମହିଳା ନେତ୍ରୀ ଇରାନୀ ରାୟ, ନୟାଗଡ଼ ପୌର ପରିଷଦର ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଦସ୍ୟମାନଙ୍କ ସହଯୋଗରେ ମାଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା ।

ମାଙ୍କ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ପ୍ରସାଦ ପାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜ୍ଜା ଉଠାଇଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 3, 2025 October 3, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ଆଧ୍ୟାତ୍ମିକ

ମା ବାଟମଙ୍ଗଳା ମନ୍ଦିରର ରତ୍ନମୁଦ ଉତ୍ସବ:ଆନନ୍ଦ ଉଲ୍ଲାସର ପାଳନ କଲେ ୧୧ନମ୍ୱର ୱାର୍ଡ଼ବାସୀ

Odisha Lekha April 13, 2026
ଆଧ୍ୟାତ୍ମିକ

ବାଲୁଗାଁରେ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତିଯଜ୍ଞ

Odisha Lekha January 19, 2026
ଆଧ୍ୟାତ୍ମିକ

ନୟାଗଡରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ସାନିଧ୍ୟ ଓ ସତସଙ୍ଗ କାର୍ଯ୍ୟକ୍ରମ

Odisha Lekha December 22, 2025
ଆଧ୍ୟାତ୍ମିକ

ଶ୍ରୀ ରଘୁନାଥଜୀଉଙ୍କୁ ଦର୍ଶନ କଲେ ଓଡିଶା ହାଇକୋର୍ଟର ବିଚାରପତି

Odisha Lekha October 3, 2025
ଆଧ୍ୟାତ୍ମିକ

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଭ୍ରମଣ:ଭ୍ରମଣରେ ୧୧୯ଜଣ ବରିଷ୍ଠ ନାଗରିକ

Odisha Lekha September 18, 2025
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?