ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ବ୍ଲକ ବାଲୁଗାଁ ଚଣ୍ଡୀପୀଠ ସମ୍ମୁଖରେ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବାସୀଙ୍କ ମଙ୍ଗଳ କାମନା କରି ବାଲୁଗାଁ ଗ୍ରାମବାସୀ ଦୀର୍ଘ ୨୪ ବର୍ଷ ଧରି ତ୍ରିତାପ ଶାନ୍ତି ଶକ୍ତି ଯଜ୍ଞ କରି ଆସୁଛନ୍ତି । ଏହି ଯଜ୍ଞ ୪ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବାଲୁଗାଁ ଗ୍ରାମ୍ୟ କମିଟିର ସଭାପତି କେଶବଚନ୍ଦ୍ର ଦଳବେହେରା, ସଂପାଦକ ଦନାର୍ଦ୍ଦନ ଦଳବେହେରାଙ୍କ ପ୍ରତ୍ୟେକ୍ଷ ତତତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଯଜ୍ଞ ସମାପନ ହୋଇଥିଲା । ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ଯୋଗ ଦେଇ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଥିଲେ ।

ଶଙ୍କରର୍ଷଣ ଦଳବେହେରା, ବିଜୟ କୁମାର ରାଉତ, ବିଜୟ କୁମାର ନାୟକ, ବାନାମ୍ବର ପ୍ରଧାନ, କିଶୋର ଚନ୍ଦ୍ର ଦଳବେହେରା, ପ୍ରଭାତ କୁମାର ଦଳବେହେରା, ପ୍ରଫୁଲ୍ଲ ଡାକୁଆ, ଦାଶରଥି ସ୍ବାଇଁ, ନୀଳମଣି ବେହେରା, କାଲୁ ବେହେରା, ଛାଟିଆ ମହାରଣା, କାଶୀନାଥ ସାହୁ, ସଂଗ୍ରାମ କେଶରୀ ସାହୁ, ରବିନ୍ଦ୍ର କୁମାର ସାହୁ ଓ ଗ୍ରାମର ଯୁବ ଗୋଷ୍ଠୀ ପ୍ରମୁଖ ଯୋଗଦାନ କରି ଶାନ୍ତି ଶୃଙ୍ଖଳାର ସହ ୨୪ତମ ବାର୍ଷିକ ତ୍ରିତାପ ଶାନ୍ତି ଶକ୍ତିଯଜ୍ଞକୁ ପରିଚାଳନା କରିଥିଲେ ।


