ଓଡ଼ିଶା ଲେଖା ଅଫିସ: ଦୁବାଇରେ ଚାଲିଥିବା ଏସିଆ କପର ଆଜି ହେଉଛି ଫାଇନାଲ ମ୍ୟାଚ। ମୁଁହାମୁହିଁ ଦୁଇ ପ୍ରତିଦ୍ବନ୍ଦୀ ଦଳ ଭାରତ-ପାକିସ୍ତାନ। ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। ତେବେ ଫାଇନାଲ ମ୍ୟାଚର ଟସ ପଡିବା ପକ୍ରିୟା ଆରମ୍ଭ ହୋଇଛି। ଭାରତ ଟସ ଜିତି ପାକିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିବା ବେଳେ ଭାରତ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଆଜିର ଏହି ଫାଇନାଲ ମ୍ୟାଚରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ସାମିଲ କରାଯାଇଛି।

ମ୍ୟାଚ ଆରମ୍ଭକୁ ଦେଖିବା ପାଇଁ କ୍ରୀଡ଼ା ପ୍ରେମୀମାନେ ଉତ୍ସାହର ସହ ଚାହିଁ ରହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପାକିସ୍ତାନ 9ଓଭର ଖେଳି ବିନା ୱେକେଟରେ 77ରନ କରିବାରେ ସକ୍ଷମ ହୋଇ, ଖେଳ ଜାରି ରଖିଛି।


