ଓଡ଼ିଶା ଲେଖା ଅଫିସ: ହାଇଭୋଲଟେଜ ମ୍ୟାଚ ସାଙ୍ଗକୁ ହାଇଭୋଲଟେଜ ଟିମ। ଏସିଆ କପ ଫାଇନାଲ ମ୍ୟାଚରେ ମୁଁହାମୁହିଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ପ୍ରତିଦ୍ବନ୍ଦୀ ଟିମ ଭାରତ ବନାମ ପାକିସ୍ତାନ। ଦୁବାଇ ମାଟିରେ ଜୋରଦାର ଲଢେଇ ଆଜି ରାତି ୮ଟାରେ ହେବ। ଆଉ କିଛି ଘଣ୍ଟା ଅପେକ୍ଷା। ଚାହିଁ ବସିଛନ୍ତି ଦେଶ ବାସୀ, କେତେବେଳେ ମ୍ୟାଚ ଆରମ୍ଭ, କିଏ ଟସ ପ୍ରଥମେ ଜିତୁଛି ଏବଂ ବ୍ୟାଟିଂ କିଏ ଆଗ କରୁଛି କ୍ରୀଡ଼ା ପ୍ରେମୀମାନେ ଚାତକ ପରି ଚାହିଁ ରହିଛନ୍ତି। ଏସିଆ କପରେ ଭାରତ ଦୁଇ ଥର ପାକିସ୍ତାନ ସମ୍ମୁଖୀନ ହୋଇଥିବା ବେଳେ ଦୁଇଟି ଯାକ ମ୍ୟାଚ ଭାରତ ବିଜୟୀ ହାସଲ କରିଥିଲା। ତେବେ ପାକିସ୍ତାନ ଭାରତକୁ ହରାଇବା ପାଇଁ ଆପ୍ରାଣ ଚେଷ୍ଟା କରିବାକୁ ଥିବା ବେଳେ ଭାରତ ମଧ୍ୟ ଆଜିର ଫାଇନାଲ ମ୍ୟାଚକୁ ଗୁରୁତ୍ୱର ନେଇଛି।


