ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣିରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଉକ୍ତ ଅଭିଯାଗ ଶୁଣାଣିରେ ମୋଟ 79ଟି ବିଭିନ୍ନ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ବିଭିନ୍ନ ଜନସାଧାରଣଙ୍କ ବ୍ୟକ୍ତିଗତ ଅଭିଯୋଗ 70ଟି ଆସିଥିଲା । ଗ୍ରାମ୍ୟ ସମସ୍ୟାକୁ ନେଇ 8ଟି ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇବା ପାଇଁ ଜଣେ ଆବେଦନ କରିଥିଲେ । ତେବେ ଏସବୁ ଅଭିଯୋଗକୁ ପାଥେୟ କରି ଜିଲ୍ଲାପାଳ, ବିଭିନ୍ନ ଅଭିଯୋଗର 26ଟି ମାମଲାର ତୁରନ୍ତ ସମାଧାନ କରିଥିବା ସୂଚନା ମିଳିଛି ।


