ନୟାଗଡ଼, (ଓଡ଼ିଶା ଲେଖା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି I

ଏହି ପରିପ୍ରେକ୍ଷୀରେ ବଡ଼ପଣ୍ଡୁସର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଟେରିଟୋରିଆଲ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମରନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ , ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ , ଛାତ୍ର ଛାତ୍ରୀ ଯୋଗଦେଇଥିଲେ I

ସମସ୍ତେ ଏକତ୍ରିତ ହୋଇ 57ନଂ ଜାତୀୟ ରାଜପଥର ନୂତନ ବାଇପାସ ରାସ୍ତା ବଡ଼ପଣ୍ଡୁସର ନିକଟରେ ବାଇପାସ ରାସ୍ତା କଡ଼ରେ “ଏକ ପେଡ ମାକେ ନାମ” ରେ ବୃକ୍ଷ ରୋପଣ କରାଯାଇଥିଲା I


