ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ଼ ବିପିନ କୁମାର ପଟ୍ଟନାୟକ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ, ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଅଶୋକ କୁମାର ସାହୁ, ନିବେଦିତା ସାହୁ, ଜଗନ୍ନାଥ ମହାରଣା, ଏନସିସି ସ୍ଥଳ ବାହିନୀ ଅଧିକାରୀ ଲେ.ଡ ବିନ୍ଦୁଲତା ଷଣ୍ଢ, ଯୁବ ରେଡ଼କ୍ରସ ଅଧିକାରୀ ଶ୍ରୀକାନ୍ତ କୁମାର ମାଝୀ, ଦୀପନୀତା କର, ଛାତ୍ରବାସ ପରିଚାଳକ ଦିଲ୍ଲୀପ କୁମାର ଦାସ, ଯୋଗେନ୍ଦ୍ର ପରିଡ଼ା, ଲଳିତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରବୀନ୍ଦ୍ର କୁମାର ବେହେରା, ଡ଼ ଦିଲ୍ଲୀପ କୁମାର ମିଶ୍ର, ସୁରେନ୍ଦ୍ର ମିଶ୍ର, ଦିଲ୍ଲୀପ କୁମାର ସଂଗ୍ରାମ ସିଂ, ବ୍ରଜବନ୍ଧୁ ବେହେରା, ଜନ୍ମେଜୟ ସାଥୁଆ, ଜିତେନ୍ଦ୍ର କୁମାର ବରାଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।


