Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ:ନୟାଗଡ଼ ଜିଲ୍ଲାର ନିର୍ମାଣ ଚାଲିଛି ଦେଶର ସେକେଣ୍ଡ ବୃହତ ଭାୟାଡ଼କ୍ଟ ସେତୁ

Published September 16, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଖୋର୍ଦ୍ଧା-ବଲାଙ୍ଗୀର ସମ୍ପୂର୍ଣ୍ଣ ରେଳ ସଂଯୋଗୀକରଣକୁ ଆଉ କେତେ ବର୍ଷ ଲାଗିବ। ଚାତକ ପରି ଚାହିଁ ରହିଛନ୍ତି ଜନସାଧାରଣ। ନିର୍ବାଚନ ପରେ ନିର୍ବାଚନ ସରୁଛି କିନ୍ତୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂଯୋଗୀକରଣ କାର୍ଯ୍ୟ ସରିବାର ନା ଗନ୍ଧ ନାହିଁ। ଆଜି କେଉଁଠି ଜମି ଅଧିଗ୍ରହଣ କାମ ବାକି ଅଛି ତ ଆଉ କେଉଁଠି ଜଙ୍ଗଲ ଜମି ପାଇଁ ମଞ୍ଜୁରୀ ମିଳୁନି, ତ ଆଉ କେଉଁଠି ଜମି ଅଧିଗ୍ରହଣ ସରିଛି କିନ୍ତୁ ହିତାଧିକାରୀଙ୍କୁ ସହାୟତା ମିଳିନଥିବାରୁ ଆଗେଇ ପାରୁନି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ। କେନ୍ଦ୍ରରେ ବିଜେପି ସରକାର ଆସିବାପରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ନିର୍ମାଣଧୀନ ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଗତିରେ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

୩୦୧ କିମି ଦୈର୍ଘ୍ୟ ଏହି ରେଳପଥ ମଧ୍ୟରେ ରହିଛି ଦେଶର ସେକେଣ୍ଡ ବୃହତ୍ ଦୀର୍ଘତମ  ଭାୟାଡ଼କ୍ଟ ସେତୁ। ଆସାମର ବୋଜିବିଲ୍ ସେତୁ ପରେ ଏହା ଦେଶର ସେକେଣ୍ଡ ଦୀର୍ଘତମ ସେତୁ। ଯାହାକି ଦଶପଲ୍ଲା ବ୍ଲକର ସୀମା ମଧ୍ୟରେ ରହିଛି ଓ ଏହି ସେତୁର ନିର୍ମାଣ ଚାଲିଛି। ଏହି ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ସହ ନିର୍ମାଣ ହେଉଥିବା ଏହି ସେତୁର ଖୁମ୍ବ ଗୁଡ଼ିକ ବେଶ୍ ସୁଦୃଢ଼ ରହିଛି। ଏହି ଖୁମ୍ବ ଗୁଡ଼ିକ ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଉଚ୍ଚତା ରହୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅତି ନିକଟରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଥିବାରୁ ,ପରିବେଶ ସନ୍ତୁଳନକୁ ରକ୍ଷା କରି ଜାମୁସାହିର ପଥରଗଣ୍ତ ଠାରୁ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୁଲୁରୁକୁମ୍ପା ପର୍ଯ୍ୟନ୍ତ ଲମ୍ବିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ୬୦ ପ୍ରତିଶତ ସ୍ପାନର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସ୍ପାନର ନିର୍ମାଣ ତଥା ଏହି ଭାୟାଡ଼କ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଥିବା କୁହାଯାଇଛି। ବଡ଼କଥା ହେଉଛି ଏହି ରେଳ ପ୍ରକଳ୍ପର ଖୋର୍ଦ୍ଧାରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଓ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇପାରିଛି। ଦଶପଲ୍ଲାରୁ ଆଗକୁ ରେଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ନାନା ପ୍ରତିବନ୍ଧକ ସୃଷ୍ଟି ହେଉଛି। ଦଶପଲ୍ଲା ବ୍ଲକର ଝିଣ୍ଟିକାବାରି, ବୁଗୁଡ଼ା କଲୋନୀ ଓ ବୁଗୁଡ଼ାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁନଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ି ପାରୁନଥିବା ସୂଚନା ମିଳିଛି।

ଫଳରେ ଏସବୁ ଅଞ୍ଚଳରେ ପ୍ରାୟ ଦେଢ଼ ହଜାର ଗଛ କାଟିବା ପାଇଁ ପ୍ରତିବନ୍ଧକ ଉପୁଜୁଥିବା ବନ ଉନ୍ନୟନ ନିଗମ ଏସ୍‌ଡ଼ିଏମ୍ ସୈାରେନ୍ କୁମାର ମହାଲିକ କହିଛନ୍ତି। ଅନ୍ୟପାର୍ଶ୍ବରେ ଦେଖିବାକୁ ଗଲେ ଏହି ୭୫ କିମି ରାସ୍ତା ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି ।  ପ୍ରତିକୂଳ ଭୌଗଳିକ  ପରିସ୍ଥିତି ଯୋଗୁଁ ଯାହା ,ର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନି ତେଣୁ ପ୍ରକଳ୍ପ ନିର୍ମାଣ ରେ ବାଧକ ସୃଷ୍ଟି ହେଉଛି । ଯଦି ଏଭଳି ସମସ୍ୟା ଲାଗି ରହିବ ତେବେ ଖୋର୍ଦ୍ଧା-ବଲାଙ୍ଗିର ସଂଯୋଗକୁ ଆହୁରୀ ଚାରି ପାଞ୍ଚ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 16, 2025 September 16, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?