Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ ଜିଲ୍ଲା ବ୍ୟାପି ସାର ବଣ୍ଟନରେ ବ୍ୟାପକ ଘୋଟାଲା:ହାହାକାର ପରିସ୍ଥିତି ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ

Published September 15, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ଜିଲ୍ଲାରେ ବ୍ୟାପି ଚାଲିଛି ସାର ଅଭାବ l ୟୁରିଆ ସାର ବଣ୍ଟନ ପ୍ରକ୍ରିୟାରେ ଘୋର ବିଭ୍ରାଟ ପାଇଁ ନୟାଗଡ ଜିଲ୍ଲପାଳଙ୍କୁ ପ୍ରତ୍ୟକ୍ଷ ଭାବେ ଦାୟୀ କରିଛି କଂଗ୍ରେସ l ଅଗଷ୍ଟ ମାସରେ ଜିଲ୍ଲା କୃଷି ବିଭାଗ ତତ୍ୱାବଧାନରେ କେତେକ ହାତଗଣତି ବଡ଼ବଡ଼ ଘରୋଇ ବ୍ୟବସାୟୀ ଙ୍କୁ ୪୩00 ମେଟ୍ରିକଟନ ସାର ଦିଆ ଯାଇଥିଲା ମାତ୍ର ଏହି ପ୍ରଚୁର ପରିମାଣ ସାର ଧାନ ମଣ୍ଡି ପଞ୍ଜିକୃତ କିମ୍ବା ଖରିଫ ଋଣ ନେଇଥିବା ଚାଷୀ ମାନଙ୍କୁ ଦିଆ ନଯାଇ ଖୋଲା ବଜାର ରେ କଳାବଜାରୀ କରାଯାଇ ୟୁରିଆ ବସ୍ତା ପ୍ରତି ୧000 ଟଙ୍କାରେ ବିକ୍ରି କରାଯିବା ଯୋଗୁଁ ସେପ୍ଟେମ୍ବର ମାସରେ ପ୍ରକୃତ ଚାଷୀ ମାନେ ସାର ପାଇଁ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି  ନୟାଗଡ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଣଜିତ ଦାଶ l ଏହି ସାର ବଣ୍ଟନ ବିଭ୍ରାଟ ପାଇଁ ଶ୍ରୀ ଦାଶ ନୟାଗଡ ଜିଲ୍ଲାପାଳ ଙ୍କୁ ଦାୟୀ କରଛନ୍ତି l କାରଣ ଯେତେବେଳେ ସାର କଳାବଜାରୀ ହେଉଥିବା ଚାଷୀ ମାନେ ବାରମ୍ବାର ଅଭିଯୋଗ କରୁଥିଲେ ସେତେବେଳେ ଜିଲ୍ଲପାଳ ଉଚିତ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଯାହାଫଳରେ ସାର ଅଭାବୀ ବିକ୍ରି ଦର୍ଶାଇ କଳାବଜାରୀ ବଢିଚାଲିଛି l ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହଶହ ଚାଷୀ ସାର ପାଇଁ ଧାରଣା ଦେଇ ବସିଥିବାରୁ ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଲଗାଇ ଚାଷୀଙ୍କୁ ଘଉଡ଼ାଇ ଦିଆଯାଇ ଥିଲା l ପ୍ୟାକ୍ସ ମାଧ୍ୟମରେ ଯେଉଁ ସାର ଚାଷୀଙ୍କୁ ଦିଆ ଯାଉଛି ତାହା ସମୁଦ୍ରକୁ ଶଙ୍ଖେ l ଓଡଗାଁ କୁରାଳ ସୁନାମୁହିଁ କୋମଣ୍ଡ ସରଧାପୁର ଇଟାମାଟି ବିରୁଡ଼ା ନଛିପୁର ଲଷ୍ମୀପ୍ରସାଦ ଭଳି ବହୁ ପ୍ୟାକ୍ସରେ ସାର ପହଁଞ୍ଚି ପାରି ନଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦାଶ l ଆଜି ବିରୁଡ଼ା ମର୍ଦରାଜପୁର ପ୍ୟାକ୍ସରେ ସାର ପାଇନଥିବା ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ନୟାଗଡ ଜିଲ୍ଲା ପାଇଁ ସର୍ବମୋଟ ୮000 ମେଟ୍ରିକଟନ ସାର ଆବଶ୍ୟକତା ଥିବା ବେଳେ ଅଦ୍ୟାବଧି ୭000 ମେଟ୍ରିକଟନ ସାର ଜିଲ୍ଲାରେ ପହଁଞ୍ଚି ସାରିଲାଣି କିନ୍ତୁ ଘରୋଇ ବ୍ୟବସାୟୀଙ୍କ ସାର କଳାବଜାରୀ ପାଇଁ ଆଜି ସମଗ୍ର ନୟାଗଡ ଜିଲ୍ଲାରେ ସାର ସଙ୍କଟ ଦେଖାଦେଇଛି l ଜିଲ୍ଲାର ସମସ୍ତ ପ୍ୟାକ୍ସ ସମ୍ପାଦକଙ୍କୁ ବାଧ୍ୟତାମୂଳକ ଭାବେ ପର୍ଯ୍ୟାପ୍ତ ପରିମାଣ ସାର ଯୋଗାଇ ସାର ସଙ୍କଟ ଦୂର କରିବା ପାଇଁ ନୟାଗଡ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି l ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆନ୍ଦୋଳନରତ ଚାଷୀଙ୍କୁ ତତ୍କାଳ ସାର ଯୋଗାଣ ପାଇଁ ଡିଆରସିଏସଙ୍କ ସହ ଆଲୋଚନା କରିଥିଲେ l

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 15, 2025 September 15, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?