ନୟାଗଡ଼, (ଓଡ଼ିଶା ଲେଖା): ଅଖିଳ ଭାରତୀୟ ବିଦ୍ୟୁତ ମଜଦୁର ମହାସଂଘ ନିଷ୍ପତିକ୍ରମେ ସର୍ବଭାରତୀୟ ସ୍ତରରେ ଏକ ୬ ଦଫା ଓ ଓଡିଶା ରାଜ୍ୟ ସ୍ତରୀୟ ୪ଦଫା ଦାବୀସମ୍ମିଳିତ ସ୍ମାରକ ପତ୍ର କେନ୍ଦ୍ରୀୟ ଶକ୍ତିମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କୁ ମଧ୍ଯ ୪ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ସମ୍ପାଦକ ସତ୍ୟବ୍ରତ ପରିଡା, ଭାରତୀୟ ମଜଦୁର ସଙ୍ଘ ତଥା ସାଧାରଣ ସମ୍ପାଦକ, ଅଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘଙ୍କ ପୌରାହିତ୍ବରେ ପ୍ରଦାନ କରାଯାଇଛି । ଶାନ୍ତିପୂର୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ। ଦାବି ପତ୍ରରେ ଏନପିଏସ ଓ ୟୁପିଏସ ବଦଳରେ ପୁରୁଣା ପେନସନ ପୁନଃ ଲାଗୁ କରିବା,ଏକ ଦେଶ,ଏକ ଗ୍ରୀଡ଼, ଏକକ ଚାକିରୀ ସର୍ଭାବଳୀ ଲାଗୁକରିବା,ତ୍ରୟୀ-ପାକ୍ଷିକ ଶିଳ୍ପ ସମିତି ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତ୍ତରଣ କ୍ଷେତ୍ରରେ ସୃଷ୍ଟି କରିବା ଓ ଯେଉଁ ରାଜ୍ୟ ମାନଙ୍କରେ ଅଛି ତାହାକୁ କାର୍ଯ୍ୟକ୍ଷମ କରିବା,ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣକୁ ପୁନଃ ସମୀକ୍ଷା କରି ଘରୋଇକରଣକୁ ବନ୍ଦ କରିବା, ବିଦ୍ୟୁତ କ୍ଷେତ୍ରରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ସହିତ ସମାନ କାର୍ଯ୍ୟ ପାଇଁ ସମାନ ଦରମା ଲାଗୁକରିବା, ବିଦ୍ୟୁତ ନିୟମ ୨୦୦୩ ଓ ବିଦ୍ୟୁତ ବିଲ ୨୦୨୩ କୁ ସମୀକ୍ଷା କରି ଘରୋଇକରଣ ବଦଳରେ ସରକାରୀ ବିଦ୍ୟୁତ ସଂସ୍ଥା ମାଧ୍ଯମରେ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ ପାଇଁ ବ୍ୟବସ୍ଥା କରିବା, ଓଡିଶାରେ କେନ୍ଦ୍ରୀୟ ଦରମା ସଂହିତା-୨୦୧୯ ଲାଗୁକରିବା, ହରିଆଣା ରାଜ୍ୟରେ ପ୍ରଚଳିତ ଠିକାନିଯୁକ୍ତି ନୀତି ପରି ସମାନ ନୀତି ଓଡିଶାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କ୍ଷେତ୍ରରେ ପ୍ରଣୟନ କରିବା ପାଇଁ ବ୍ୟବସ୍ଥା କରିବା, ବିଦ୍ୟୁତ କ୍ଷେତ୍ରରେ ଅନ୍ତଃ – ବଳୟ ବଦଳି ନୀତି ପ୍ରଣୟନ କରି କର୍ମଚାରୀଙ୍କୁ ନିଜ ଘର ପାଖାପାଖ୍ ସ୍ଥାନକୁ ବଦଳି କରିବା, ସେସୁ ସମୟରେ ଚାକିରୀରେ ଯୋଗଦାନ କରିଥିବା କର୍ମଚାରୀଙ୍କ ପାଇଁ ଇପିଏଫ ବଦଳରେ ଏନପିଏସ / ୟୁପିଏସ ବ୍ୟବସ୍ଥା ପ୍ରଚଳନ କରିବା ଦାବିରେ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ଆଜି ୧୦ ଦଫାଦାବୀ ପତ୍ର ମାନ୍ୟବର କେନ୍ଦ୍ରୀୟ ଶକ୍ତିମନ୍ତ୍ରୀ ଓ ୪ ଦଫା ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟୁତ ମଜଦୁର ମହାସଂଘ ନୟାଗଡ଼ ଶାଖା ତରଫରୁ ସଭାପତି ଆଲୋକ କୁମାର ରାଉତ, ଉପ ସଭାପତି ପ୍ରମୋଦ କୁମାର ବିଶ୍ୱାଳ, ସଂପାଦକ ଜିତେନ୍ଦ୍ର ମିଶ୍ର, କୋଷାଧକ୍ଷ ପଙ୍କଜ ଗୌଡ଼, ରାକେଶ କୁମାର ନାୟକ, ସଞ୍ଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ଦାବି ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ସହ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ।


