ନୟାଗଡ଼, (ଓଡ଼ିଶା ଲେଖା): ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଶିଶୁ ବାଟିକା ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଭିଭାବିକ ସଂଧ୍ୟାରାଣୀ ମହାନ୍ତି ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଭାଗ୍ୟ ଲତା ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ମାତୃ ମଣ୍ଡଳୀଙ୍କୁ ସମାଜର ପଞ୍ଚ ପରିବର୍ତ୍ତନ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଅରୁଣ, ଉଦୟ, ପ୍ରଭାତ ଶ୍ରେଣୀର ମାଆ ମାନଙ୍କର କ୍ରିୟାକଳାପ ଆଧାରିତ କାଳାଂସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ 47ଜଣ ଅଭିଭାବିକା ଉପସ୍ଥିତ ରହିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।


