Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଆଦିବାସୀ ଛାତ୍ରଛାତ୍ରୀଙ୍କ ସାହାରା,ଦୁଇ ଶିକ୍ଷକ ଦମ୍ପତି:ଶିକ୍ଷକଙ୍କ ପ୍ରେରଣା ପାଲଟିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

Published August 26, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମଇ ଶ୍ରୀ ଗୁରବେ ନମଃ।ସଦାସର୍ବଦା ଗୁରୁଙ୍କ ସ୍ଥାନ ଈଶ୍ୱରଙ୍କ ଠାରୁ ଅଧିକ, କାରଣ ଗୁରୁଙ୍କର ଶିକ୍ଷା ଯୋଗୁଁ ଭଗବାନଙ୍କ ଦର୍ଶନ ହୋଇଥାଏ। ସେହିପରି ଭାବେ ଯଦି, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାର ସମସ୍ତ ଦାୟୀତ୍ୱ ଯେଉଁଠାରେ ଗୁରୁ ତଥା ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ଉପରକୁ ନେଇଯାନ୍ତି, ସେଠାରେ ଛାତ୍ର ଛାତ୍ରୀ ଭଗବାନଙ୍କ ଦର୍ଶନ ଶିକ୍ଷକ ଶିକ୍ଷୟତ୍ରୀ ଠାରୁ ପାଇଥାନ୍ତି । ପାଠ ପଢି ଭଲ ମଣିଷ ହୋଇଥାନ୍ତି। କିଛି ଶିକ୍ଷକ ଶିକ୍ଷୟତ୍ରୀ ଗୁରୁ ପଦର ମର୍ଯ୍ୟାଦାକୁ କଳୁଶିତ କରୁଥିବା ବେଳେ ଆଉ କିଛି ଶିକ୍ଷକ ଅନ୍ୟ ଶିକ୍ଷକଙ୍କ ପାଇଁ ପ୍ରେରଣା ପାଲଟିଥିବା ଦେଖିବାକୁ ମିଳିଛି। ହଁ ଆଜ୍ଞା, ଏଭଳି ଦୁଇ ଦମ୍ପତି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଲକରେ । ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ, ଓଡ଼ଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଆରତୀ ସାହୁ ରୋହିବାଙ୍କ ପଞ୍ଚାୟତର ରୋହିବାଙ୍କ ଅଞ୍ଚଳରେ ରହି ଆସୁଥିବା ମାଟିଆ କେଳା ଯେଉଁମାନେ କି ମଙ୍କୁ ଆଦିବାସୀ ଅଟନ୍ତି ସେମାନଙ୍କ ୫ ଜଣ ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବେ। କେବଳ ବର୍ଷେ କି ଦୁଇ ବର୍ଷ ନୁହେଁ ସେମାନଙ୍କୁ 18 ବର୍ଷ ହେଲା ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ଉପକରଣ, ପୋଷାକ, ଟ୍ୟୁସନ ଖର୍ଚ୍ଚ ବହନ କରିବେ । ଆଜି ଦମ୍ପତି ଶିକ୍ଷକ ଦୁହେଁ ସେମାନଙ୍କ ବାସସ୍ଥାନକୁ ଯାଇ ନିଜ ଖର୍ଚ୍ଚରେ ଖାତା, ପେନ, ପେନସିଲ ସାଙ୍ଗକୁ ଅଣ୍ଡା, ବିସ୍କେଟ, ଫଳ ଦେଇ ପିଲାଙ୍କ ଖବର ବୁଝିଥିଲେ। ମଙ୍କୁ ଆଦିବାସୀର ଛାତ୍ରଛାତ୍ରୀ ହେଲେ  ଚନ୍ଦନ ପ୍ରଧାନଙ୍କ ପୁଅ କୃଷ୍ଣ ପ୍ରଧାନ, ସନ୍ତୋଷ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ସୁମିତ୍ରା ପ୍ରଧାନ, ସୁରେଶ ପ୍ରଧାନଙ୍କ ପୁଅ ବାବୁ ପ୍ରଧାନ ଓ ସାଗର ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ। ଏହି ପିଲା ମାନଙ୍କର ମାତାପିତା ମାନେ କେବଳ ବିଭିନ୍ନ ପର୍ବ ପର୍ବାଣି ମାନଙ୍କରେ ମାଟି ଭିତରେ ନିଜର ଅଙ୍ଗ ଭଙ୍ଗିକୁ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳ ପ୍ରଦର୍ଶନ କରନ୍ତି ଅନ୍ୟ ସମୟରେ ଦାତା ମାନଙ୍କ ଠାରୁ ଯାହା କିଛି ମିଳେ ତାହା ମାଗି ଚଳି ବହୁ କଷ୍ଟରେ ଦିନ ବିତାଇଥାନ୍ତି । କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ” ଆସ ସ୍କୁଲଯିବା” ପଦଯାତ୍ରା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର  ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅଧାରୁ ପାଠ ଛାଡୁଥିବା ତଥା ବିଦ୍ୟାଳୟ ରେ ଆଦୌ ନାମ ଲେଖାଇ ନଥିବା ପିଲାଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇବା ପାଇଁ କରାଯାଇଥିବା ପ୍ରାୟସରେ ସେହି ପିଲାଙ୍କ ଭଙ୍ଗା ଅସ୍ଥାୟୀ କୁଡ଼ିଆ ଘର, ରହଣି ସ୍ଥାନ ତଥା ଖାଦ୍ୟ ପେୟ ଓ ଚଳଣି ଦେଖି ଦମ୍ପତି ଦ୍ବୟ ଆଦୌ ସାହିପାରି ନଥିଲେ। ଶେଷରେ ଏଭଳି ନିଷ୍ପତି ନେଲେ। ଏଭଳି ନିଷ୍ପତିକୁ ସ୍ଥାନୀୟ ଲୋକ ପ୍ରତିନିଧି, ଗ୍ରାମ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ସାଙ୍ଗକୁ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲ୍ଲିକ ସମେତ ଓଡଗାଁ ଅଞ୍ଚଳର ଲୋକପ୍ରତିନିଧି ଦମ୍ପତି ଦୁଇଙ୍କୁ ସାଧୁବାଦ ଜଣାଇଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 26, 2025 August 26, 2025
Share This Article
Facebook Twitter Whatsapp Whatsapp
What do you think?
Love1
Sad0
Happy1
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?