ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଆ ସାହିତ୍ୟ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ବ୍ୟଙ୍ଗ କବି ଡ଼ ଆର୍ତ୍ତତ୍ରାଣ ମିଶ୍ରଙ୍କର ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସାହିତ୍ୟିକ, କବି ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ତଳେ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅଧୀନ କିଶୋରପ୍ରସାଦ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡ଼ ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନେଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।ବ୍ୟଙ୍ଗ ଓ ସାହିତ୍ୟ କ୍ଷେତ୍ରରେ ଡ଼ ମିଶ୍ରଙ୍କ ଅବଦାନ ତାଙ୍କୁ ସାହିତ୍ୟପ୍ରେମୀଙ୍କ ମନରେ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ନୟାଗଡ଼ ସମେତ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିବା ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

