Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସାଲୁଣି ଗାଁର ଗର୍ବ ଓ ଗୌରବ : ଆଇଟି ମ୍ୟାନେଜମେଣ୍ଟରେ ପିଏଚ୍‌ଡି ହାସଲ କଲେ ଡକ୍ଟର ସୂର୍ଯ୍ୟକାନ୍ତ

Published September 29, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ନାଟୁଗାଁ ପଞ୍ଚାୟତସାଲୁଣି ଗ୍ରାମର ଫକୀର ମୋହନ ସାହୁ ଓ ନିଶାମଣି ସାହୁଙ୍କ ସୁପୁତ୍ର ଡକ୍ଟର ସୂର୍ଯ୍ୟକାନ୍ତ ସାହୁ ଆଇଟି ମ୍ୟାନେଜମେଣ୍ଟରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ସାଲୁଣି ଗ୍ରାମ ଓ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କଟକ ଶ୍ରୀଶ୍ରୀ ୟୁନିଭର୍ସିଟି ଅଧୀନରେ ସେ ଏହି ଗବେଷଣା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ତାଙ୍କ ଗବେଷଣାର ଶୀର୍ଷକ ଥିଲା “Enhancing Stock Market Volatility Prediction With Feature Engineering and Machine Learning”। ଏହି ଗବେଷଣା କାର୍ଯ୍ୟରେ ଷ୍ଟକ୍ ମାର୍କେଟ୍‌ର ଅସ୍ଥିରତା ପୂର୍ବାନୁମାନ କ୍ଷେତ୍ରରେ Feature Engineering ଓ Machine Learning ଭଳି ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ଉପରେ ଅଧ୍ୟୟନ କରାଯାଇଛି। ଗବେଷଣା କାର୍ଯ୍ୟରେ ଶ୍ରୀଶ୍ରୀ ୟୁନିଭର୍ସିଟିର ଡକ୍ଟର ଗିରିଧାରୀ ମହନ୍ତ ଓ ପ୍ରଫେସର ଡକ୍ଟର ଭାଗିରଥୀ ନାୟକ ମାର୍ଗଦର୍ଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଗବେଷଣା ଫଳାଫଳ ଆନ୍ତର୍ଜାତିକ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି। ଏହି ଗବେଷଣା କାର୍ଯ୍ୟକୁ Indira Gandhi Delhi Technical University for Women (IGDTUW), ଦିଲ୍ଲୀର ପ୍ରଫେସର ଡକ୍ଟର ନୋନିତା ଶର୍ମାଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା ମିଳିଥିବା ଜଣାପଡ଼ିଛି।୨୦୨୬ ଅଗଷ୍ଟ ୨୪ ତାରିଖରେ କଟକସ୍ଥିତ ଶ୍ରୀଶ୍ରୀ ୟୁନିଭର୍ସିଟି ପରିସରରେ ଅନୁଷ୍ଠିତ ଓପନ୍ ଡିଫେନ୍ସ ଭାଇଭା-ଭୋଶରେ ସଫଳତାର ସହ ଅଂଶଗ୍ରହଣ କରିବା ପରେ ସେ ଡକ୍ଟରେଟ୍ ଡିଗ୍ରୀ ପାଇବାର ଯୋଗ୍ୟତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ଡକ୍ଟର ସୂର୍ଯ୍ୟକାନ୍ତ ସାହୁ ନିଜର ବାପା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ଚରଣ ସାହୁ, ମାତା ନିଶାମଣୀ ସାହୁ, ଭାଇ ଚନ୍ଦ୍ରକାନ୍ତ ସାହୁ, ସହଧର୍ମିଣୀ, ପରିବାରବର୍ଗ, ଶୁଭେଚ୍ଛୁ ଓ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସର୍ବୋପରି ନିଜର ଏହି ସଫଳତାକୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାଲୁଣି ଗ୍ରାମ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏହି ସଫଳତା ପାଇଁ “ଓଡ଼ିଶା ଲେଖା” ପରିବାର ତରଫରୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଡ଼ ସାହୁଙ୍କର ଉତ୍ତୋରତର କାମନା କରାଯାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 29, 2026 September 29, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy1
Angry0
Surprise0
Dead0
Wink0
ସବୁଦିନ ପାଇଁ ଆଖି ବୁଜିଲେ ବ୍ୟଙ୍ଗକବି ଡ଼ ଆର୍ତ୍ତତ୍ରାଣ ମିଶ୍ର:ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା:ଶୋକ ପ୍ରକାଶ କଲେ ଅରୁଣ
ଆଞ୍ଚଳିକ ଖବର
ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଦେଶ ବିଦେଶ
ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ
ଆଞ୍ଚଳିକ ଖବର
ଆନ୍ତର୍ଜାତିକ ଦାସିଆ ଅଜାଙ୍କ ପାଠାଗାରରେ ତଥ୍ୟ ସଂଗ୍ରହ କଲେ ଗବେଷଣା ଛାତ୍ରଛାତ୍ରୀ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ଆନ୍ତର୍ଜାତିକ ଦାସିଆ ଅଜାଙ୍କ ପାଠାଗାରରେ ତଥ୍ୟ ସଂଗ୍ରହ କଲେ ଗବେଷଣା ଛାତ୍ରଛାତ୍ରୀ

Odisha Lekha October 1, 2026
ଜିଲ୍ଲା ଖବର

ବିଳମ୍ବରେ ଆସିଲେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ରେ ଅଟକ :ଅଧ୍ୟାପକଙ୍କ ପାଇଁ କାହିଁକି ଅଲଗା ନିୟମ?

Odisha Lekha October 1, 2026
ଜିଲ୍ଲା ଖବର

ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି: ୧୧୧ ଅଭିଯୋଗ ଗ୍ରହଣ, ୨୬ଟି ନିଷ୍ପତ୍ତି

Odisha Lekha September 28, 2026
ଜିଲ୍ଲା ଖବର

ନିର୍ବାଚନ ଡାଟାବେସ୍‌କୁ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସର ବିକ୍ଷୋଭ:CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

Odisha Lekha September 28, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା:ସକାଳ ସାଢ଼େ ଆଠ ପର୍ଯ୍ୟନ୍ତ ଲାଗିନଥିଲା ଡ୍ୟୁଟି ଚାର୍ଟ:ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha September 27, 2026
ଜିଲ୍ଲା ଖବର

ବିଶ୍ୱ ପର୍ଯ୍ୟଟନ ଦିବସରେ ନୟାଗଡ଼ରେ ମାରାଥନ, ବିଜୟୀଙ୍କୁ ପୁରସ୍କୃତ

Odisha Lekha September 27, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?