ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଆଜି ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକ ବିଭିନ୍ନ ସମସ୍ୟା ନେଇ ଜନଶୁଣାଣିରେ ଅଭିଯୋଗ ଦାଖଲ କରିଥିଲେ। ଶିବିରରେ ମୋଟ ୧୧୧ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୯୩ଟି ବ୍ୟକ୍ତିଗତ ସମସ୍ୟା, ୧୬ଟି ଗ୍ରାମ ସମ୍ପର୍କିତ ସମସ୍ୟା ଏବଂ ୨ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) ସମ୍ପର୍କିତ ଆବେଦନ ରହିଥିଲା। ଏହାଛଡ଼ା ରେଡକ୍ରସ୍ ସମ୍ପର୍କିତ କୌଣସି ଅଭିଯୋଗ ଆସିନଥିଲା। ଶୁଣାଣି ପରେ ମୋଟ ୨୬ଟି ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଆବଶ୍ୟକ ଯାଞ୍ଚ ଓ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମ୍ମଦ୍ଦାର, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲ୍ଲିକ ଓ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

