ନୟାଗଡ଼, (ଓଡ଼ିଶା ଲେଖା): ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ନୟାଗଡ଼ରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଥିଲା। ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ଓ ପର୍ଯ୍ୟଟନ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମାରାଥନ୍ର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ସେହିପରି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କ୍ରୀଡ଼ା ଅଧିକାରୀ, ଡିଏଫ୍ଓଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅଧିକାରୀମାନେ ମାରାଥନ୍କୁ ଉତ୍ସାହିତ କରିବା ସହ ପର୍ଯ୍ୟଟନ ଓ କ୍ରୀଡ଼ାର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ମାରାଥନ୍ରେ ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଦୌଡ଼ ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଏହି ମାରାଥନ୍ ନୟାଗଡ଼ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଓ ପର୍ଯ୍ୟଟନ ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହୋଇଛି। ପରିଶେଷରେ ମାରାଥନରେ କୃତକାର୍ଯ୍ୟ କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥି

