Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬:୧୫ରେ ଗ୍ରାଣ୍ଟ ଫାଇନାଲ

Published June 14, 2026 ଖେଳ
SHARE

ନୟାଗଡ଼, (ଓଡ଼ିଶା ଲେଖା): ଖଣ୍ଡପଡା ବ୍ଲକ ବେଣାଗାଡିଆ ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ପଞ୍ଚମ ରାତ୍ରି କାଳୀନ ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬ ରଜ ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ବାର୍ଷିକ ଅର୍ଥାତ୍ ସିଜିନ୍ ୫ ରାତ୍ରୀକାଳୀନ ଗ୍ରାଉଣ୍ଡ ସଟ୍ କ୍ରିକେଟ୍ ମ୍ୟାଚ୍ ୧୩ ତାରିଖ ଶନିବାର ରାତ୍ର ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ୧୩ ରୁ ୧୫ ତାରିଖ ତିନିଦିନ ଧରି ହେବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ବହୁଚର୍ଚ୍ଚିତ ସମାଜସେବୀ ମନୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ମ୍ୟାଚକୁ ଉଦଘାଟନ କରିଥିଲେ । ରାତ୍ରିର ପ୍ରଥମ ଲିଗ୍ ମ୍ୟାଚରେ ଭାଗନେଇଥିବା ୬ ଗୋଟି ଦଳ ର‌ୟାଲ ଚ୍ୟାଲେଞ୍ଜର୍ଷ, କିଙ୍ଗଷ୍ଟାର କ୍ରିକେଟ ଟିମ୍, ଅକ୍ଟିମେଟ ୱାରିଅର୍ଷ, ରାଇଜିଂ ଷ୍ଟାର୍, ରାଇଜିଂ ୱାରୀୟର୍ଷ, ଶ୍ରୀୟାନ୍ତି ୱାରୀୟର୍ଶ କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଆୟୋଜକ ଦଳ ପକ୍ଷରୁ ପ୍ରତ୍ୟେକ ଦଳ ନିର୍ଦ୍ଧାରିତ ୬ ଓଭର ଲେଖା ଖେଳିବାକୁ ନିଷ୍ପତି ନିଆଯାଇଥିଲା । ଏହି ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥ୍‌ ମନୋଜ କୁମାର ପ୍ରଧାନଙ୍କ ସହିତ ଉପସ୍ଥିତ ଥିବା ଅନ୍ୟ ସମସ୍ତ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ସମସ୍ତ ଖେଳାଳୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ । ତତ୍ ସଙ୍ଗେସଙ୍ଗେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଉକ୍ତ ମ୍ୟାଚକୁ ଜିତେନ୍ ନାୟକ ଓ ଆଲୋକ ସ୍ବାଇଁ ପରିଚାଳନା କରିଥିବାବେଳେ ଗୌରାଙ୍ଗ ଚରଣ ସେଠୀ ସ୍କୋରର ଭାବେ ଗୁରୁ ଦାୟିତ୍ବ ତୁଲାଇଥିଲେ । ସୋମ‌ବାର ତୃତୀୟ ରାତ୍ରି ଅର୍ଥାତ୍ ଉଦ‌ଯାପନୀ ମ୍ୟାଚରେ ଚମ୍ପିୟାନ ଦଳକୁ ଚମ୍ପିୟାନସିପ ଟ୍ରଫି ସହିତ ୧୦ ହଜାର ଓ ରନର୍ଷଅପ୍ ଦଳକୁ ରନର୍ଷଅପ ଟ୍ରଫି ସହିତ ୮ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଆୟୋଜକ ଦଳ ପକ୍ଷରୁ ସୂଚନା ମିଳିଛି। ଏଭଳି ଏକ ଗ୍ରାଉଣ୍ଡ ସଟ୍ ସର୍କଲ୍ କ୍ରିକେଟ୍ ମ୍ୟାଚ୍ ଖଣ୍ଡପଡା ଅଞ୍ଚଳରେ ଦେଖୁବାକୁ ବିରଳ । ତେଣୁ ଉକ୍ତ ମ୍ୟାଚକୁ ଦେଖିବା ପାଇଁ ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ମନଭରି ଉପଭୋଗ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha June 14, 2026 June 14, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
ଖେଳ

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?