ବଡ଼ମ୍ବା, (ଓଡ଼ିଶା ଲେଖା): ରଜ ପର୍ବରେ ବଡ଼ ଅଘଟଣ। ଟି ବ୍ରିଜ୍ ରେ ଅଟୋ ବାଇକ୍ ମୁହାଁ ମୁହିଁ ଧକ୍କା। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୁଣ୍ଡ ଗଣ୍ଡୀ ଅଲଗା ହୋଇପଡ଼ିଛି। ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ବଡ଼ମ୍ବା ସିଂହନାଥ ଟି ବ୍ରିଜ୍ ଉପରେ। କଟକ ଜିଲ୍ଲା ବଡ଼ମ୍ବା ଗୋପୀନାଥପୁର ଟି- ବ୍ରିଜ୍ ଉପରେ ବାଇକ୍ ସହ ଅଟେ ଦୁର୍ଘଟଣା ଘଟିଛି । ଯାହା ଫଳରେ ବାଇକ ଚାଳକଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଥିବା ଦେଖିବାକୁ ମିଳିଛି । ମୃତ ବାଇକ ଚାଳକ ହେଉଛନ୍ତି ଗୋପମଥୁରାପୁରର ବୃନ୍ଦାବନପୁର ଗ୍ରାମର ବୋଲି ଜଣାପଡିଛି । ଏବଂ ଅଟୋ ଚାଳକ ଆହତ । ଅଟୋରେ ୪ ରୁ ୫ ଜଣ ବସିଥିବା ସୂଚନା । ଆହତ ମାନଙ୍କୁ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ୍ ପହଞ୍ଚି ମୃତ ଦେହ ଜବତ କରିବା ସହ ବାଇକ୍ ଓ ଅଟୋ ଜବତ୍ କରି ତଦନ୍ତ ଆରମ୍ଭ କରିଛି।

