ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପୋଲିସ ମଥାରେ ଲାଗିଛି କଳଙ୍କର ଟୀକା। ଏହି କଳଙ୍କର ଟିକା ପାଇଁ ଖୋଦ୍ ଜଣେ ନୟାଗଡ଼ ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ଦାୟୀ। ଜଣେ ବରିଷ୍ଠ ଅଧିକାରୀଙ୍କ ପାଇଁ ନୟାଗଡ଼ ପୋଲିସ ସୋସିଆଲ ମିଡ଼ିଆରେ ଗାଳି ଶୁଣିବାକୁ ମିଳୁଛି। ତଥାପି ଉକ୍ତ ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଦୁଃଖ ଓ ପରିତାପର ବିଷୟ। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଅତିଷ୍ଠ ହୋଇ ନୟାଗଡ଼ ପୋଲିସ୍ ଉପରୁ ଆସ୍ଥା ତୁଟାଇବାକୁ ବସିଲେଣି। ଯେଉଁଠି ପୋଲିସ ପୋଲିସ ଉପରେ କାର୍ଯ୍ୟାନୁଷ୍ଠନ ନେବାକୁ ପଛ ଘୁଞ୍ଚା ଦେଉଛି, ସେଠାରେ ଲୋକତନ୍ତ୍ର ଅବା ଜନ ଆନ୍ଦୋଳନ ଏକ ମାତ୍ର ସାହାରା ପାଲଟିଥାଏ। ତେବେ ଏଭଳି ଘଟଣା ଉପୁଜିବା ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ବର୍ତ୍ତମାନ ଦୁଇ ତିନି ଦିନ ଭିତରେ ଘଟିଥିବା ଘଟଣାର ସତ୍ୟା ସତ୍ୟ ଅନୁସନ୍ଧାନ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜନସାଧାରଣ।


