ନୟାଗଡ଼, (ଓଡ଼ିଶା ଲେଖା): ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଛେନାପୋଡ଼ ଦିବସ। ଏହାକୁ ବିଶ୍ୱବାସୀ ଖୁବ୍ ଧୁମ୍ ଧାମର ସହ ପାଳନ କରୁଥିବା ବେଳେ ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ୍ ପାତ୍ର ଏନେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜିଆଈ ଟ୍ୟାଗ ମାନ୍ୟତା ଦେବା ପାଇଁ ବହୁଦିନ ହେବ ଦାବି ରହି ଆସିଛି ।

ଆଜି ଛେନାପୋଡ଼ ଦିବସ ଅବସରରେ ଏହି ସ୍ୱାଦିଷ୍ଟ ଖାଦ୍ୟକୁ ଜିଆଈ ଟ୍ୟାଗ ମାନ୍ୟତା ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟାଲଙ୍କୁ ଆଜି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡ଼ ପାତ୍ର। ଏହାକୁ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ନୟାଗଡ଼ ଛେନାପୋଡ଼ାକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯିବ ଦିଗରେ ଉପଯୁକ୍ତ ପଦେକ୍ଷପ ଗ୍ରହଣ କରାଯିବ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।


