ନୟାଗଡ଼, (ଓଡ଼ିଶା ଲେଖା): ଆଜି ବିଶ୍ୱ ଛେନାପୋଡ଼ ଦିବସ। ଏହି ଦିବସକୁ ଖୁବ୍ ଧୁମ୍ ଧାମର ପାଳନ କରିବାକୁ ଆଗେଇ ଆସିଛନ୍ତି ବିଶ୍ୱବାସୀ। କିନ୍ତୁ କିଛି କୁଚକ୍ରୀ ତଥା ସ୍ୱାର୍ଥ ସାଧନା କାରୀ ମାନେ ନିଜକୁ ସର୍ବେ ସର୍ବା ବୋଲାଇ ଏପ୍ରିଲ୍ ୧୧ ବିଶ୍ୱ ଛେନାପୋଡ଼ ଦିବସକୁ ଭଣ୍ଡୁର କରିବାକୁ ଲାଗିଛନ୍ତି। ଏହାକୁ ଖାତିର ନକରି ବିଶ୍ୱ ଛେନାପୋଡ଼ ଦିବସକୁ ସତ୍ୟମ୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ର ଛାତ୍ର ଛାତ୍ରୀ ମାନେ ଖୁବ୍ ଧୁମ୍ ଧାମର ସହ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିଛନ୍ତି। ସୂଚନାନୁସାରେ, ନୟାଗଡ଼ର ପରିଚୟ ସାଜିଥିବା ସୁଆଦିଆ ‘ଛେନାପୋଡ଼’ ର ଜନ୍ମଦିନ ତଥା ବିଶ୍ୱ ଛେନାପୋଡ଼ ଦିବସ ଆଜି ସ୍ଥାନୀୟ ସତ୍ୟମ୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ବହୁ ହର୍ଷଉଲ୍ଲାସର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ଛେନାପୋଡ଼ କାଟି ସୁଦର୍ଶନ ସାହୁ ଏବଂ ତାଙ୍କ ବାପା ବିଦ୍ୟାଧର ସାହୁଙ୍କ ସ୍ମୃତି ଚାରଣ କରିବା ସହ ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ନୟାଗଡ଼ର ଏହି ପାରମ୍ପରିକ ମିଠାକୁ ବିଶ୍ୱ ଦରବାରରେ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ। ସତ୍ୟମ୍ ର ନିର୍ଦ୍ଦେଶକ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସୁଶାନ୍ତ କୁମାର ପାଇକରାୟ, କାଜଲ ଡାକୁଆ ଏବଂ ସୁଜିତ୍ ବାରିକ ପରିଚାଳନା କରିଥିଲେ।


