Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଆସନ୍ତାକାଲି ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ:ବାଦ୍ ବିବାଦରେ ଫସି ରହିଛି ଜିଆଇ ଟ୍ୟାଗ:ମୁଖ୍ୟ ସୂତ୍ରଧର ସାଜିଛି କୁଚକ୍ରୀ ଗୋଷ୍ଠୀ:ଜନ୍ମ ଦିବସରେ କାହିଁକି ନୁହେଁ, ମରଣ ଦିବସକୁ କାହିଁକି ପାଳନ ହେବ ? ଜିଆଇ ଟ୍ୟାଗ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

Published April 10, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଆସନ୍ତାକାଲି ଏପ୍ରିଲ୍ ୧୧ତାରିଖ। ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ। ପଲ୍ଲୀରୁ ଦିଲ୍ଲୀ ଓ ଦିଲ୍ଲୀରୁ ବିଭିନ୍ନ ଦେଶରେ ବିଶ୍ବ ଛେନାପୋଡ଼ ଦିବସ କୁ ଯାକ ଜମକରେ ପାଳନ କରିବାକୁ ଚାଲିଛି ପ୍ରସ୍ତୁତି। ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ୍ ୧୧ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଦୀର୍ଘ ୪ବର୍ଷ ଧରି ପାଳନ କରାଯାଉଛି। ଏବଂ ନୟାଗଡ଼ ଜିଲ୍ଲାରେ ଏପ୍ରିଲ୍ ୧୧ ତାରିଖକୁ ସରକାରୀ ସ୍ତରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି। ତେବେ ନୟାଗଡ଼ର ଏହି ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ କୁ ଭୌଗଳିକ ମାନ୍ୟତା ତଥା ଜିଆଇ ଟ୍ୟାଗ ମାନ୍ୟତା ଦୀର୍ଘ ଦିନ ଧରି ଦାବି ହେଇ ଆସୁଛି । ଏନେଇ  କଚେରୀ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ, ଉପ ସଭାପତି ସୁନୀଲ କୁମାର ଶତପଥୀ, ସଂପାଦକ ରଘୁନାଥ ସାହୁ, କୋଷାଧ୍ୟକ୍ଷ ପ୍ରକାଶ କୁମାର ଡୋରାଙ୍କ ସହ ସଂଘର ବହୁ ସଦସ୍ୟ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ସାକ୍ଷାତ କରି ନୟାଗଡ଼ର ଗର୍ବ, ଗୌରବ ମିଷ୍ଠାନ ଦରବ ଛେନାପୋଡ଼ ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା ସହ ଜିଆଇ ଟ୍ୟାଗ କିପରି ଶୀଘ୍ର ମିଳିବ ସେ ନେଇ ଆଲୋଚନା କରିଥିଲେ। ଏନେଇ  ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ଜରିଆରେ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ତେବେ ଏପ୍ରିଲ ୧୧ତାରିଖକୁ ବିଶ୍ୱବାସୀ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିଆସୁଥିବା ବେଳେ କିଛି ବିଶ୍ୱାସଘାତକ, ଖଳ ପ୍ରକୃତିର ଲୋକ ଏହି ଦିବସକୁ ଭଣ୍ଡୁର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଆମେ ହେତୁ ପାଇବା ଦିନ ଠାରୁ ନୟାଗଡ଼ ଛେନାପୋଡ଼ ର ସ୍ରଷ୍ଟା ସୁଦର୍ଶନ ସାହୁ ବୋଲି ଜାଣିବାକୁ ପାଇଥିଲୁ। ଏହାକୁ ମଧ୍ୟ ଯେଉଁ ମାନେ ଆଜି ବିରୋଧ କରୁଛନ୍ତି, ସେମାନେ ମଧ୍ଯ ବିଗତ ଦିନରେ ଛେନାପୋଡ଼ ର ସ୍ରଷ୍ଟା କହିଆସୁଥିଲେ। ଏବଂ ସେମାନଙ୍କ ବୟସ ଯେହେତୁ ଆମ ଠାରୁ ଅଧିକ ସେମାନଙ୍କ ଠାରୁ ହିଁ ଜାଣିଛୁ ଛେନାପୋଡ଼ ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁ।

ତେବେ ଆଜି କୌଣସି କାରଣ ହେଉ ବା ବ୍ୟକ୍ତିଗତ ସମସ୍ୟା ଯୋଗୁଁ ବିରୋଧ ବିଷ ମଞ୍ଜି ବୁଣିବାରେ ଲାଗିଛନ୍ତି। ତେବେ ସେମାନଙ୍କୁ ଗୋଟିଏ ପ୍ରଶ୍ନ ଯେ, ବିଶ୍ୱ ଛେନାପୋଡ଼ ଦିବସ ଦୀର୍ଘ ୪ବର୍ଷ ହେଲା ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ କାଲି ୫ବର୍ଷ ପୂର୍ତ୍ତି ପାଳନ କରିବାକୁ ପ୍ରସ୍ତୁତି ସରିଛି କିନ୍ତୁ କୁଚକ୍ରି ମାନେ ଏହି ତିନି ବର୍ଷ ଯେଉଁ ପାଳନ ହେଉଥିଲା ଆପଣ ମାନେ କେଉଁଠି ଥିଲେ ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ବିରୋଧ କରୁଛନ୍ତି ଏବଂ ବାପ ପୁଅ ବଞ୍ଚିଥିବା ବେଳେ ତ କିଛି କରିପାରିଲନି, ସେ ସ୍ୱର୍ଗବାସୀ ହେବା ପରେ କେଉଁଠୁ ବୁଦ୍ଧି ଆସିଲା ? ଯଦି ଡିସେମ୍ବର ୩୧ ବିଦ୍ୟାଧର ସାହୁ ମୃତ୍ୟୁ ଦିବସକୁ କାହିଁକି ବିଶ୍ୱ ଛେନାପୋଡ଼ ଦିବସ ପାଳନ କରୁଛ କାହିଁ ତାଙ୍କ ଜନ୍ମ ଦିବସକୁ କାହିଁକି ପାଳନ କରୁନ ବୋଲି ମଧ୍ୟ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବଚୀ ଉଙ୍କି ମାରିଛି। ନା ସ୍ୱର୍ଗତ ବିଦ୍ୟାଧର ସାହୁଙ୍କ ଜନ୍ମ ତିଥି ଆପଣ ମାନଙ୍କ ପାଖରେ ନାହିଁ ଯାହାଫଳରେ ମୃତ୍ୟୁ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରୁଛ ବୋଲି ସନ୍ଦେହ ଉପୁଜିଛି।ତେଣୁ ସେମାନଙ୍କ ଠାରୁ ନିବୃତ୍ତ ରହି ଏପ୍ରିଲ୍ ୧୧ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ପାଳନ କରିବାକୁ ଦେଶବାସୀଙ୍କୁ ନୟାଗଡ଼ ଜିଲ୍ଲାର ଜନସାଧାରଣ ଅନୁରୋଧ କରିଛନ୍ତି। ଆସନ୍ତୁ ସମସ୍ତେ ଏକାଠି ହେବା ଏବଂ ଆମ ନୟାଗଡ଼ର ଦରବ ଛେନାପୋଡ଼ ର ସ୍ରଷ୍ଟାଙ୍କ ଜନ୍ମଦିବସ ଏପ୍ରିଲ୍ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha April 10, 2026 April 10, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!
ସ୍ୱତନ୍ତ୍ର ଖବର
ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା
ଜିଲ୍ଲା ଖବର ମନୋରଞ୍ଜନ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ମୁଖ୍ୟ ଅଭିଯୁକ୍ତ ଜିତେନ ଗିରଫ:ଭୁବନେଶ୍ୱରରୁ ଧରି ଘଟଣାର ସିନ୍‌ ରିକ୍ରିଏସନ୍‌ କରାଇଲା ରଣପୁର ପୋଲିସ
ଅପରାଧ
ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ
ଜିଲ୍ଲା ଖବର ରାଜନୀତି

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ଆପଣଙ୍କ ସଂଘର୍ଷର କାହାଣୀ, ଏବେ ‘ଓଡ଼ିଶା ଲେଖା’ରେ! Facebook | YouTube | Instagram Creator ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ!

Odisha Lekha October 18, 2026
ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?