ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବା ନରସିଂହପୁର ଅଞ୍ଚଳର ଜନସାଧାରଣ ହୋଲି ପର୍ବକୁ ଖୁବ୍ ଧୁମ୍ ଧାମର ସହ ପାଳନ କରୁଥିବା ବେଳେ ବଡ଼ମ୍ବା ତୁଣପୁର ଗାଁରେ ଘଟିଛି ଅଘଟଣ। ତୁଣପୁର ଗାଁର ଜଣେ ନାବାଳକ ମହାନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ ଏବଂ ମହାନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ।

ତେବେ ବାଙ୍କୀ ବୈଦ୍ୟଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନାବାଳକକୁ ଉଦ୍ଧାର କରି ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉକ୍ତ ନାବାଳକକୁ ମୃତ ଘୋଷଣା କରିଥିଲେ। ମୃତ ନାବାଳକ ଜନଙ୍କ ହେଲେ ଜୀବନ ବେହେରା(ପ୍ରିୟାଂଶୁ)।ଯାହାକୁ ନେଇ ତୁଣପୁର ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି।

