ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ବଡ଼ ଖବର। ବ୍ଲକ୍ କୁ ଫେରିଲା ନରେଗା ଦୁର୍ନୀତି। ପୂର୍ବରୁ ହେଉଥିଲା ଏବଂ ଗଣମାଧ୍ୟମ ପ୍ରକାଶ ପାଇବା ଓ ସୂଚନା ଅଧିକାରୀ କର୍ମୀ ମାନଙ୍କ ପାଇଁ ତିନି ଚାରି ବର୍ଷ ହେଲା ଦୁର୍ନୀତି ବନ୍ଦ ଥିଲା । କିନ୍ତୁ ଏବେ ପୁଣି ଦୁର୍ନୀତି ହେବା ଆରମ୍ଭ ହୋଇଛି। ଏଠି ପିଚୁ ରାସ୍ତା ଉପରେ ମାଟି ରାସ୍ତା ହୁଏ ପୁଣି କେନାଲ ଭିତରେ ଖୋଳାହୁଏ ପୋଖରୀ। ଗୋଟିଏ ରାସ୍ତାକୁ ଗୋଟିଏ ଆର୍ଥିକ ବର୍ଷରେ ବିଭିନ୍ନ ନାମ କରଣ କରି ମନରେଗାରେ ନିର୍ମାଣ ହୁଏ ମାଟିରାସ୍ତା। ପୁଣି କୋଉଠି ପୋଖରୀ ଖୋଳା ନହୋଇ ବିଲ କରାଯାଏ ଆତ୍ମସାତ୍। ଏବଂ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଖାଇ, ସେଠି ଗଢ଼ିଦେଲେ ମିଶନ ଶକ୍ତି ଗୃହ। ଏବଂ ପୂର୍ବତନ ଅଧ୍ୟକ୍ଷାଙ୍କ ଦସ୍ତଖତ ମଧ୍ୟ ନକଲି କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ବେଳେ ଏବେ ପୁଣି ତାହାର ପୁନରାବୃତ୍ତି ହେବା ଆରମ୍ଭ ହୋଇଛି। ଏକ ପ୍ରକାରର କହିବାକୁ ଗଲେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା ଭାପୁର ବ୍ଲକ। ସାରା ରାଜ୍ୟର ଚର୍ଚ୍ଚିତ ବ୍ଲକ୍ ଭାବେ ପରିଚିତ ହୋଇଥିଲା ଏବଂ ତଦନ୍ତ ହୋଇ ଯାଇ ଲୋକାୟୂତଙ୍କ ପାଖରେ ଯାଇ ପହଞ୍ଚିଥିଲା। ଭିଜିଲାନ୍ସ ବିଭାଗରେ ମଧ୍ୟ ଦୁର୍ନୀତି ଗଣ୍ଡା ଗଣ୍ଡା ଫାଇଲ୍ ଏବଂ ତଦନ୍ତ ହୋଇଥିଲା। ତେବେ ଯାହାକୁ ନେଇ ବଳି ପଡ଼ିଥିଲେ ବିଡ଼ିଓ, ଯନ୍ତ୍ରୀ, ଭିଏଲଡବ୍ଲ୍ୟୁ, ଜିଆରଏସ୍। ଏବେ ପୁଣି ଭାପୁର ବ୍ଲକରେ ବ୍ୟାପକ ଦୁର୍ନୀତି ଆରମ୍ଭ ହୋଇଥିବା ନେଇ ଖୋଦ୍ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଅଭିଯୋଗ ଆଣିଛନ୍ତି। ଯେଉଁ ସମୟରେ ମହୋତ୍ସବ ହେଉଛି ସେହି ସମୟରେ, ସେହି ରାସ୍ତା ଦେଇ ଯାଉଥିବା ହଜାର ଦର୍ଶକ ଯାତାୟାତ କରୁଛନ୍ତି ସେତେବେଳେ କୁଆଡେ଼ କଂକ୍ରିଟ ରାସ୍ତା ଉପରେ ମଷ୍ଟରୋଲ ବାହାର କରି ମନରେଗାରେ ରାସ୍ତା ନିର୍ମାଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଶ୍ମଶାନର ଛାତ ମଧ୍ୟ କାଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଭାପୁର ବ୍ଲକ ବିଡ଼ିଓ କୁଆଡେ଼ କିଛି ଜାଣିନଥିବା ସଫେଇ ଦେଉଥିବା ବେଳେ କିଏ କରିଛି ବୋଲି ତଦନ୍ତ କଲେଣି କି ? ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ରାଉତ ବିଡ଼ିଓଙ୍କ ଭଳି ନହୋଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

