ନୟାଗଡ଼, (ଓଡ଼ିଶା ଲେଖା): ଚାଷ ଜମିରେ ପହଞ୍ଚିଲେ ଜିଲ୍ଲାପାଳ । ଚାଷୀଙ୍କ ମନରେ ଚାଷ ପ୍ରତି ଥିବା ଅଘାଡ଼ ଭଲ ପାଇବା ଭରିଦେଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କୁ ଚାଷ ଜମି ରେ ଦେଖି ଉତ୍ସାହିତ ହୋଇପଡିଛନ୍ତି ଚାଷୀ ସଞ୍ଜୟ। ସୂଚନାନୁସାରେ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏକ ସପ୍ରାଇଜ୍ ଭିଜିଟ୍ ରେ ଓଡ଼ଗାଁ ଗସ୍ତ କରିଥିଲେ। ଏବଂ ଉଦ୍ୟାନ ବିଭାଗ ପକ୍ଷରୁ କଣ କଣ ପଦକ୍ଷେପ ନେଉଛନ୍ତି ଏବଂ ଚାଷୀ ମାନଙ୍କୁ ସହଯୋଗ କରୁଛନ୍ତି। ତାହାର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ରଥ ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଡେୟାପଲ୍ଲୀ ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପରିଦର୍ଶନ କରି ଦେଖିଥିଲେ।

ତେବେ ଚଡେୟାପଲ୍ଲୀ ଗ୍ରାମର ସଞ୍ଜୟ କୁମାର ପାଳଙ୍କ ଷ୍ଟ୍ରବେରୀ ଓ ଲଙ୍କା ଚାଷକ୍ଷେତ୍ର ଦେଖିଥିଲେ ଏବଂ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନାରେ ଚାଲୁଥିବା ଷ୍ଟ୍ରବେରୀ ଓ ଲଙ୍କା ଚାଷର ପ୍ରଗତି ସମୀକ୍ଷା କରିଥିଲେ।।ଜିଲ୍ଲାପାଳ ଚାଷୀମାନଙ୍କର ଉଦ୍ୟମକୁ ସ୍ୱାଗତ କରିଥିବା ସହ ଉନ୍ନତ କୃଷି ପ୍ରଣାଳୀ ଅନୁସରଣ କରି ଆୟ ବୃଦ୍ଧି କରିବା ପାଇଁ ସଞ୍ଜୟ ଭଳି ଚାଷୀଙ୍କୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଉଦ୍ୟାନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।


