ଓଡ଼ିଶା ଲେଖା ଅଫିସ୍: କଲୋମ୍ୱୋ ହୋଇଥିବା ଆଜିର ମ୍ୟାଚ୍ ରେ ଭାରତ ୬୧ରନରେ ବିଜୟୀ ଲାଭ କରିଛି। ସଦାସର୍ବଦା ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଥିବା ପାକିସ୍ତାନକୁ ୬୧ରନରେ ପରାସ୍ତ କରିଛି ଭାରତ। ୨୦୨୫-୨୬ ଟି-୨୦ ବିଶ୍ଵକପ ସିଜିନ୍ ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ କଲୋମ୍ବୋ ଆର ପ୍ରେମପ୍ରସାଦ ଷ୍ଟାଡିୟମ୍ ରେ ଭାରତ ପାକିସ୍ତାନ ସାମ୍ମାସାମ୍ନି ହୋଇଥିଲେ। ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ଦୁଇ ଓପନର ଇସାନ୍ କିଶନ୍ ଓ ଅଭିଷେକ ଶର୍ମା ବ୍ୟାଟିଂ କରିବାକୁ ଆସିଥିଲେ l ତେବେ ଭାରତକୁ ଆରମ୍ଭରୁ ଅଭିଷେକ ଶର୍ମାକୁ ହରାଇ ଝଟକା ଖାଇଥିଲା। ପରବର୍ତ୍ତୀ ସମୟରେ ଇସାନ୍ କିଶନ୍ ଓ ତିଲକ ବର୍ମାଙ୍କ ବ୍ୟାଟିଂ କରି ୫୧ରନର ଭାଗିଦାରୀ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୫ରନ କରିବାରେ ସକ୍ଷମ ହୋଇଥିଲା। ପାକିସ୍ତାନ ଦଳ ୧୭୬ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ୧୮ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୪ରନ କରି ଭାରତ ଠାରୁ ୬୧ରନରେ ପରାସ୍ତ ହୋଇଛି। ଭାରତ ଦଳ ତରଫରୁ ଇସାନ୍ କିଶାନ୍ ୪୦ବଲରେ ୧୦ଟି ଚୌକା, ୩ଟି ଛକ ସହାୟତାରେ ୭୭ରନ କରି ଆଉଟ୍ ହୋଇଥଲେ। ଇସାନ କିଶାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

