Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟଣା:ଇସିଜି ମେସିନ୍ ଖରାପ୍: ୩ଘଣ୍ଟା ପରେ ସ୍ୱାଭାବିକ ହେଲା ଇସିଜି ଟେଷ୍ଟ:ରୋଗୀ ହନ୍ତସନ୍ତ

Published February 7, 2026 ରାଜ୍ୟ ଖବର ସ୍ବାସ୍ଥ୍ୟ ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଦିନ ରାତି ଏକ କରିଦେଉଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ସରକାର ଭଲ କାମ କରି ମଧ୍ଯ କଳଙ୍କ ମୁଣ୍ଡାଉଛି। ଇସିଜି ଟେଷ୍ଟ ଭଳି ଗୁରୁତ୍ବପୂର୍ଣ୍ଣ ଟେଷ୍ଟକୁ ଜଣେ ଆଟେଣ୍ଟାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ଏବଂ ଭୁଲ୍ ଭାଲ ରିପୋର୍ଟ୍ ଦେଇଥିବାରୁ ଡାକ୍ତର ମଧ୍ୟ ଅସନ୍ତୁଷ୍ଟ।  କଥାରେ ଅଛି ମାଙ୍କଡ଼ ହାତରେ ଶାଳଗ୍ରାମ୍, ସେହିପରି ନ୍ୟାୟରେ ଚାଲିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୁଇପର ସୁପରଭାଇଜର ଏଠି ସାଜିଛି ଆଟେଣ୍ଟାଣ୍ଡ ଏବଂ ଆଟେଣ୍ଟାଣ୍ଡ ହୋଇ ଦୁଃସାହସିକ କାମ କରି ରୋଗୀଙ୍କୁ ଅନ୍ଧାରକୁ ଠେଲି ଦେବାକୁ ପ୍ରୟାସ କରିଛି। ଏମିତିକି ଇସିଜି ମେସିନ୍ ଠିକ୍ ରେ ଚଳାଇବା ଶିଖି ନଥିବା ଯୋଗୁଁ ଭୁଲ୍ ରିପୋର୍ଟ ବାହାରିବା ଏବଂ ଶୁକ୍ରବାର ଇସିଜି ମେସିନ୍ ଖରାପ୍ ହେବା ତାହାର ଜ୍ୱଳନ୍ତ ଉଦାହରଣ।

ଶୁକ୍ରବାର ଦିନ ଇସିଜି କରିବା ପାଇଁ ରୋଗୀ ଲାଇନ୍ ଲାଗିଥିବା ବେଳେ ଇସିଜି ମେସିନ୍ ଖରାପ୍ ହୋଇଯାଇଥିଲା। ଯାହାକୁ ନେଇ ୩ରୁ ୪ଘଣ୍ଟା ହେବ ଇସିଜି ଟେଷ୍ଟ ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ କୋଡ଼ିଏରୁ ଉର୍ଦ୍ଧ୍ବ ରୋଗୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଠିକ୍ ଠାକ୍ ଚାଲୁଥିବା ମେସିନ୍ କାହିଁକି ଖରାପ୍ ହେଲା ? ଇସିଜି ମେସିନ୍ ଚଳାଇବାରେ ଅଭିଜ୍ଞ ନଥିବା ପ୍ରଭାତ କୁମାର ପଣ୍ଡାଙ୍କ ପାଇଁ ହେଇନି ତ ? ଏଭଳି କିଛି ପ୍ରଶ୍ନ ରୋଗୀ ଓ ରୋଗୀଙ୍କ ସହଯୋଗୀ ମାନଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ଟେକ୍ନିସିଆନ୍ ଆସି ଇସିଜି ମେସିନ୍ ଠିକ୍ କରିବା ପରେ ସ୍ୱାଭାବିକ ପରିସ୍ଥିତିକୁ ଆସିଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 7, 2026 February 7, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ଇଟାମାଟିରେ ରକ୍ତଦାନ ଶିବିର:୩୧ ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha October 3, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?